• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁହାଁମୁହିଁ ଜେରା ହେବେ ଭାଇ-ଭଉଣୀ । ଡାକ୍ତର ଚାର୍ ସୋ ବିସ୍ ରମେଶ ସ୍ୱାଇଁ ଓ ତା ଭଉଣୀଙ୍କୁ ସାମ୍ନାସାମ୍ନି ଜେରା କରିବ ପୋଲିସ । ଆଜି ନକଲି ଡାକ୍ତରର ରିମାଣ୍ଡ ଅବଧି ସରୁଥିବା ବେଳେ ଆଉ ୫ ଦିନ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିବ । ରମେଶର କ୍ରାଇମ୍ ପାର୍ଟନର ତା ଭଉଣୀଙ୍କୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ ।

ତେବେ ଦ୍ୱିତୀୟ ପର୍ଯ୍ୟାୟରେ ତିନି ଦିନର ରିମାଣ୍ଡରେ ପୋଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ଆସିଷ୍ଟାଣ୍ଟ କମିଶନର ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି । ପୋଲିସ ଏବେ ରମେଶ ନାଁରେ ରାଜ୍ୟ ବାହାରେ ଥିବା କେସ୍‌କୁ ତନାଘନା କରୁଛି । ତାର ଘର ଓ ନରସିଂହପୁର କ୍ଲିନିକ ଯାଇ ଖୋଳତାଡ଼ କରିଛି ।  ଏଯାଏଁ ତା ନାଁରେ ୧୪ ଟି ମାମଲା ରୁଜୁ ହୋଇଥିବା ବେଳେ ରାଜ୍ୟ ବାହାରେ ଠକାମିର ଶିକାର ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରାଯାଉଛି । ଏଥିସହ ତା ନାଁରେ କେତେ ଆକାଉଣ୍ଟ ଅଛି ସେ ତଥ୍ୟ ପାଇଁ ରିଜର୍ଭ ବ୍ୟାଙ୍କକୁ ଅନୁରୋଧ କରାଯାଇଥିବା ଆସିଷ୍ଟାଣ୍ଟ କମିଶନର ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି ।

ନିକଟରେ ଗିରଫ ହୋଇଥିଲେ ୧୮ ଭାଉଜଙ୍କ ଅଳିଅଳି ନଣନ୍ଦ । ଯିଏ ଭାଇର କ୍ରାଇମପାର୍ଟନର ସାଜି ଚଳାଉଥିଲେ ଠକଭଣ୍ଡର କଳା ବେପାର । ହେଲେ ଏବେ ବିବାହ ନାଁରେ ମହିଳାଙ୍କୁ ଲୁଟ୍‌ର ଖେଳ ଖତମ୍ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶଙ୍କ କହିବାନୁଯାୟୀ, ରଶ୍ମିତା ଭାଇର କ୍ରାଇମ କନେକ୍ସନରେ ଥିଲେ ମୁଖ୍ୟ ପୁରୋଧା । ଟଙ୍କା, ସୁନା, ଧନ ସମ୍ପତ୍ତି ଲୁଟିବା ଚକ୍କରରେ ଏକାଧିକ ମହିଳାଙ୍କୁ ବିବାହ ଷଡ଼ଯନ୍ତ୍ରରେ ସଂଶ୍ଲିଷ୍ଟ ଥିଲେ ।