/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645670237.jpg)
Panchayat Election
ପୁଣି ଗଡ଼ିଲା ମୁଣ୍ଡ । ଏଥର ପଞ୍ଚାୟତ ନିର୍ବାଚନରେ ହିଂସା ଥମିବାର ନାଁ ଧରୁନି । ଖଣ୍ଡପଡ଼ା ବୋଦସା ଅଞ୍ଚଳରେ ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ସେଠାରେ ଜଣକୁ ବୋମାମାଡ଼ କରି ହତ୍ୟା କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।
ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଗଡ଼ିଛି ମୁଣ୍ଡ । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଡ଼ବୋଦସା ଗାଁ ଦାଣ୍ଡରେ ବୋମାମାଡ଼ ହୋଇ ଜଣେ ଯୁବକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଗାଁର ଶ୍ୟାମ ତାରେଣିଆଙ୍କ ପୁଅ ପ୍ରଶାନ୍ତ ତାରେଣିଆ ବାଇକରେ ଯିବାବେଳେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ରେ ପ୍ରଶାନ୍ତ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ତେବେ ବୋମାମାଡ଼ର କାରଣ କଣ, ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।
ଆଜି ସକାଳୁ ଏଠାରେ ମତଦାନ ଆରମ୍ଭ ହୋଇଛି । ବୋମାମାଡ଼ କରିଥିବା ଯୁବକ ଜଣକ ସେହି ଗାଁର ନରେଶ ମାଝୀ ଓରଫ କାମେନା ବୋଲି ଜଣାପଡ଼ିଛି । ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଗାଁ ଦାଣ୍ଡରେ ଭଙ୍ଗାରୁଜା କରିଛନ୍ତି । ଖବରପାଇ ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାରେ ଜଣେ ସରପଞୋଚ ପ୍ରାର୍ଥୀ ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି । ଆଜି ସକାଳୁ ସେହି ପଞ୍ଚାୟତରେ ମତଦାନ ଆରମ୍ଭ ହୋଇଥିବା ବେଳେ ଜଣେ ସରପଞ୍ଚ ପ୍ରାର୍ଥୀ ନିଖୋଜ ନେଇ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ମୟୁରଭଞ ବିଶୋଇ ବ୍ଲକର ଭାତଛାତ୍ର ପଂଚାୟତର ସରପଞ୍ଚ ପ୍ରାର୍ଥୀ ସଦାନନ୍ଦ ଟୁଡୁ ନିଖୋଜ ରହିଛନ୍ତି । ତାଙ୍କ ପତ୍ନୀ ଗତକାଲି ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି ।
ସଦାନନ୍ଦ ମଙ୍ଗଳବାର ସନ୍ଧ୍ୟା ୮ଟାରୁ ଘରୁ ବାହାରକୁ ଯାଇ ସେ ଆଉ ଘରକୁ ଫେରି ନଥିବା କହିଛନ୍ତି ତାଙ୍କ ପତ୍ନୀ । ଅନେକ ଖୋଜାଖିଜି ପରେ ମଧ୍ୟ କୌଣସି ସୂଚନା ପାଇନଥିଲେ । ପରେ ବୁଧବାର ସନ୍ଧ୍ୟାରେ ସରପଞ୍ଚ ପ୍ରାର୍ଥୀଙ୍କ ପତ୍ନୀ ବାସନ୍ତୀ ଟୁଡୁ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)