/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645760598.jpg)
police attack
ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଗଞ୍ଜାମରୁ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗଞ୍ଜାମ ଜରଡ଼ା ଥାନା ଧାଡିଆମ୍ବ ଗାଁର ରାହାସ ଶବର ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଯାଇିଥିବାବେଳେ, ପୋଲିସକୁ ବିରୋଧର କରିବାରୁ ମହିଳା ଜଣକ ଆକ୍ରମଣର ଶିକାର ହୋଇଲେ । ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି ।
Advertisment
ସୂଚନା ଅନୁସାରେ, ଗତ ୨୨ ତାରିଖରେ ପାତ୍ରପୁର ବିଡିଓ ପ୍ରକାଶ ଦାସଙ୍କୁ ଗାଁର କିଛି ମହିଳା ଓ ଯୁବକ ଅପରହଣ କରିବା ସହ ୪ ଘଣ୍ଟା ଯାଏ ଅଟକ ରଖିଥିଲେ । ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତ ମହିଳାଙ୍କ ସ୍ୱାମୀଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଥିଲା । ତେବେ ଗିରଫଦାରୀକୁ ବିରୋଧ ବେଳେ ଆକ୍ରମଣକର ଶିକାର ହେବା ପରେ ଅସୁସ୍ଥ ହୋଇପଡି ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଜରଡା ଥାନାରେ ଅଭିଯୋଗ ହୋଇଥିଲା ବେଳେ, ବ୍ରହ୍ମପୁର ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି ।
ଅନ୍ୟପକ୍ଷେ, ମହିଳାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)