/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646202024.jpg)
Fake Notes Seized
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଖାରବେଳ ନଗର ଅଞ୍ଚଳରୁ କମିଶନରେଟ୍ ପୋଲିସ୍ ଏହିସବୁ ଜାଲ୍ ନୋଟ୍ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ଜଣ ହେଲେ- ସତ୍ୟନାରାୟଣ ପୃଷ୍ଟି ଓ ଭୁନା ପ୍ରଧାନ। ଜବତ ସମସ୍ତ ଜାଲ୍ ନୋଟ୍ ୨ଶହ ଟଙ୍କିଆ ହୋଇଥିବା ସୂଚନା ମିଳିଛି।
ସତ୍ୟନାରାୟଣ ଓ ଭୁନା ପ୍ରଧାନ କିଛି ବର୍ଷ ହେଲା ଜାଲ୍ ନୋଟ୍ କାରବାର ଚଳାଇ ଆସିଥିଲେ ବୋଲି ସୂଚନା ମିଳିଛି। ପୋଲିସ ରେକର୍ଡ ଅନୁସାରେ, ସତ୍ୟନାରାୟଣ ପୂର୍ବରୁ ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିଲେ। ଏହି ସମୟରେ ଭୁନା ସହ ତାଙ୍କର ଯୋଗାଯୋଗ ହୋଇଥିଲା। ଉଭୟ ଅଧିକ ଟଙ୍କା ରୋଜଗାର କରିବା ନିଶାରେ ପଡ଼ି ଜାଲ୍ ନୋଟ୍ ଛାପିବାକୁ ଯୋଜନା କରିଥିଲେ।
ଭୁନା ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନ ବୁଲି ଟଙ୍କା ଛାପିବା କୌଶଳ ଶିଖିଥିଲେ। ଏହାପରେ ୟୁଟ୍ୟୁବ୍ ଦେଖି ତାଲିମ ନେଇଥିଲେ। ପରେ ଉଭୟ ସତ୍ୟନାରାୟଣ ଓ ଭୁନା ପ୍ରଥମେ ୨୦୦ ଟଙ୍କା ଛାପିଥିଲେ। ପରେ ପରେ ୧୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ଛାପିଥିଲା। ତେବେ ୨୦୦ ଟଙ୍କିଆ ନୋଟ୍ ଛାପିବା ସହଜ ଏବଂ ଆକ୍ୟୁରେଟ୍ ହେବାରୁ ଲଗାତାର ଭାବେ ସେମାନେ ୨୦୦ ଟଙ୍କିଆ ନୋଟ୍ ଛାପିଥିଲେ ବୋଲି ଖାରବେଳ ନଗର ପୋଲିସ କହିଛି। ଏହି ଟଙ୍କା ସେମାନେ ପ୍ରଥମେ ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ଠକିଥିବା ଲୋକଙ୍କ ଦ୍ୱାରା ବଦଳାଉଥିଲେ ବୋଲି ପୋଲିସ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)