/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646212075.jpg)
murder case Update
ବାଇକ୍ରେ ଯାଉଥିବାବେଳେ ଯୁବକଙ୍କୁ ଅଟକାଇ ପ୍ରଥମେ ଲୁଟ୍ କଲେ ଓ ପରେ ହତ୍ୟା କଲେ । ଖଲ୍ଲିକୋଟରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଏବେ ଉକ୍ତ ଘଟଣାରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମର ଯାଞ୍ଚ ଆରମ୍ଭ ହୋଇଛି ।
Advertisment
ଅଭିଯୋଗ ଅନୁସାରେ, ଗତ ଫେବୃଆରୀ ୨୮ ତାରିଖ ସଂଧ୍ୟାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡଘାଟି ଠାରୁ ଖଲ୍ଲିକୋଟ ସହର ତୋଟା ଗାଁର ଯୋଗୀ ଦଳାଇଙ୍କ ପୁଅ ଜିତୁ ଦଳାଇ ଛତ୍ରପୁରରୁ ଫେରୁଥିବା ବେଳେ ଖଲ୍ଲିକୋଟ ବଡଘାଟିରେ ୫ ଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇ ମାଡମାରିବା ସହ ଏକ ଧାରୁଆ ଅସ୍ତ୍ର ରେ ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇଥିଲେ ।
୫ ଜଣ ଡକାୟତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ୍ ଚିହ୍ନଟ କରିଥିବା ସୂଚନା ମିଳିଛି । ତେବେ ଜିତୁଙ୍କ ମୃତ୍ୟୁର ରହସ୍ୟ ଏବେ ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଥିବାବେଳେ ଘଟଣାରେ ପୋଲିସ୍ର ତଦନ୍ତ ଜାରି ରହିଛି ।
Advertisment
ଅନ୍ୟପକ୍ଷରେ ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)