• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଥରେ ପୁଷ୍କା ଷ୍ଟାଇଲରେ ସ୍ମଗଲିଂ । ଫିଲ୍ମରେ ଚନ୍ଦନ କାଠ ଆଉ ରିୟଲରେ ମଦ । ବାହାରୁ ଦେଖିଲେ ଲାଗିବ ପାଣି ଟ୍ୟାଙ୍କର ହେଲେ ଭିତରେ ଚାଲାଣ ହେଉଛି ହଜାର ହଜାର ବୋତଲ ମଦ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ହିନ୍ଦୋଳରେ । ରାଜସ୍ଥାନ ନମ୍ବର ବିଶିଷ୍ଟ ଏକ ୱାଟର ଫ୍ଲିଟର ଟ୍ୟାଙ୍କରକୁ ଜବତ କରିଛି ଅବକାରୀ ବିଭାଗ ।

ଯେଉଁଥରେ ଶହ ଶହ ପେଟି ବିଦେଶୀ ମଦକୁ ରଖି ଚୋରା ଚାଲାଣ କରାଯାଉଥିଲା । ବାହାରେ ୱାଟର ଫିଲଟର୍ ଆଉ ଭିତରେ ଥିଲା ବିଦେଶୀ ମଦ । ବେଶ ଚାଲାକର ସହ ଏହାକୁ ଟ୍ୟାଙ୍କର ଭିତରେ ଲୁଚାଇ ଚାଲାଣ କରାଯାଉଥିଲା । କାହାକୁ ଯେପରି ସନ୍ଦେହ ହେବନି ସେ ଦିଗରେ ବି ଧ୍ୟାନ ରଖିଥିଲେ ଅଭିଯୁକ୍ତ ।

ତେବେ ଏତେ ବୋତଲ ମଦ କେଉଁଠୁ ଆସିଲା ଓ କୁଆଡ଼େ ଯାଉଥିଲା ସେ ସମ୍ପର୍କରେ ସୂଚନା ମିଳିପାରିନି । ଅବକାରୀ ବିଭାଗ ୩ ଜଣଙ୍କୁ ଅଟକ ରଖି ଖୋଲତାଡ଼ କରୁଛି ।