• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Mass Murder
ବଡ଼ଭାଇର ପରିବାରକୁ ସଫା କରିଦେଲା ସାନ

ବୀଭତ୍ସ, ଭୟଙ୍କର, ବର୍ବର। ନା ଦେଖିହେଉଛି, ନା ଦେଖାଇହେଉଛି। ଦୃଶ୍ୟ ଦେଖିଲେ ଥରି ଉଠୁଛି ସର୍ବାଙ୍ଗ। କଟକ ଜିଲ୍ଲା ମାହାଙ୍ଗାର କୁସୁପୁର ଗାଁରେ ଗୋଟିଏ ପରିବାରର ପାଞ୍ଚ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା, ନିର୍ବାକ କରିଦେଉଛି ସମସ୍ତଙ୍କୁ।

  • Tuesday, 12 April 2022
Mass Murder
ପୁରା ପରିବାର ନିଶ୍ଚିହ୍ନ ! ଭାଇ ସାଜିଲା ବଇରୀ, ପୁରା ପରିବାରକୁ କଲା ହତ୍ୟା

ବନ୍ଦ କୋଠରୀରେ ରକ୍ତରଂଜିତ ଅବସ୍ଥାରେ ବିକ୍ଷିପ୍ତ ହୋଇ ପଡ଼ିରହିଛି ମୃତଦେହ । ଆଉ ଏହି ବର୍ବର କାଣ୍ଡ ଭିଆଇଥିବା ଅଭିଯୁକ୍ତ ହେଉଛି ଅଲେଖଙ୍କ ସାନ ଭାଇ ଶିବ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣହତ୍ୟା କରିଥିବା ସେ ନିଜେ ସ୍ୱୀକାର କରୁଛି ।

Umerkote triple hanging
୩ ଯୁବତୀ ଝୁଲିପଡ଼ିବାର କାରଣ କଣ? ମୁହଁ ଖୋଲୁନି ପୋଲିସ୍

ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଗତ ରବିବାରଠୁ ଚାଲିଛି ପୋଲିସର ତନାଘନା।

Arrest
ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ, ବାନ୍ଧି ଆଣିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ

ଜିଲ୍ଲାପାଳଙ୍କୁ ଆଣି କମିଶନଙ୍କ ଠାରେ ହାଜର କରାଇବାକୁ ନିର୍ଦ୍ଦେଶ । ହାଜର କରାଇବାକୁ ଡିଜିପି ସୁନୀଲ ବଂଶଲଙ୍କୁ କମିଶନଙ୍କ ନିର୍ଦ୍ଦେଶ ।

Man Kills 5 Members
କଟକର କୁସୁପୁରରେ ଗଣହତ୍ୟା : ବଡ଼ଭାଇର ପରିବାରକୁ ସଫା କରିଦେଲା ସାନ ଭାଇ

କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ ବର୍ବର ଗଣହତ୍ୟା ।

Loot in Khurda
ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ ୬୦ ଲକ୍ଷ ଟଙ୍କାର ସାମଗ୍ରୀ, ଘଟଣାରେ ୪ ଗିରଫ

ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ ୬୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ । ଖୋର୍ଦ୍ଧା ବାଘମାରୀ ଥାନା ୫୭ ନମ୍ବର ଜାତୀୟ ରାଜପଥରୁ ଗତ ଏପ୍ରିଲ ୩ ତାରିଖରେ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣାରେ ୪ ଗିରଫ ହୋଇଛନ୍ତି ।

Kartikeswar Roul
କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦୁର୍ନୀତିର ଚିଠା; ଆନିକଟ୍‌ ମରାମତି ପାଇଁ ଆସିଥିବା ଅନୁଦାନ ହଡପ୍‌

ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି ।

Sarmistha Niranjan
ଅତୀତର ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା, ହେଲେ ଏଯାଏଁ ମିଳିନି ମେମୋରି ଚିପ୍‌ ସୁରାକ୍

ନିଜର ଅତୀତ, ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା । ନା ତାଙ୍କୁ ଦେଖା କରିବାକୁ କେହି ପରିବାର ଲୋକ ଆସୁଛନ୍ତି, ନା କେହି ବନ୍ଧୁ ପରିଜନ । ବରଂ ସାଥୀ ଝୁନା ଭୋଇ ସହ ମିଶି ପ୍ରମାଦ ଗଣୁଛନ୍ତି ଜେଲ୍‌ର ଚାରିକାନ୍ଥ ଭିତରେ ।

Barbil Clash
ରାମ ନବମୀକୁ ନେଇ ସଂଘର୍ଷ ! ଦୁଇ ଗୋଷ୍ଠି ମଧ୍ୟରେ ପଥର ମାଡ଼, ସହରରେ ୧୪୪ ଧାରା ଲାଗୁ

ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ପଥର ମାଡ଼ କରିଥିଲେ । ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି ।

Homeless Couple Attacked On Bhubaneswar Street
ରାଜଧାନୀର ହାଇ ସିକ୍ୟୁରିଟି ଏରିଆରେ ମର୍ଡର

ରାଜଧାନୀ ଭୁବନେଶ୍ୱରର ହାଇ ସିକ୍ୟୁରିଟି ଏରିଆରେ ମର୍ଡର। କଡା ସୁରକ୍ଷା ଘେରରେ ଥିବା ଭୁବନେଶ୍ୱର ପିଏମଜି ଛକ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ଆକ୍ରମଣ ହୋଇଛି।

Athlete Alleges Torture By Senior Athletes
ଷ୍ଟେଟ୍‌ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନା ! ନାବାଳକ ଖେଳାଳିଙ୍କୁ ଉଲଗ୍ନ କରି ଭିଡିଓ କଲିଂ କଲେ ସିନିୟର !

ଷ୍ଟେଟ୍‌ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ନାବାଳକ ଖେଳାଳିଙ୍କୁ କିଛି ସିନିୟର ଖେଳାଳି ଯୌନ ନିର୍ଯାତନା ଦେଇଥିବା ସମ୍ପୃକ୍ତ ନାବାଳକ ଓ ତାଙ୍କ ମା’ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।

Minor Boy Torture In Outpost
ଫାଣ୍ଡିରେ ନାବାଳକକୁ ଥାର୍ଡ ଡିଗ୍ରୀ ! ନିର୍ଯାତନା ସହ ପାଇପ୍‌ରେ ମାଡ଼ ମାରିଲା ପୋଲିସ୍‌

ଫାଣ୍ଡିରେ ଥାର୍ଡ ଡିଗ୍ରୀ, ତା ପୁଣି ଜଣେ ନାବାଳକକୁ। ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ ଦିନ ଫାଣ୍ଡିରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। 

Search operation in Mahanadi
ମହାନଦୀରେ ଅଘଟଣ, ଜଣେ ମୃତ,୨ ନିଖୋଜ, ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି

କଟକ ମହାନଦୀରେ ଅଘଟଣ । ଯୋବ୍ରା ନିକଟରେ ଗାଧୋଉଥିବା ବେଳେ ବୁଡିଗଲେ ତିନି ଜଣ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଏବେ ବି ନିଖୋଜ ଅଛନ୍ତି । ଅନ୍ୟ ଦୁଇ ଜଣଙ୍କୁ ଠାବ ପାଇଁ ଓଡ୍ରାଫ୍ ଟିମ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି ।

Murder In Bhubaneswar
ରାଜଧାନୀରେ ମର୍ଡର: ରାତି ଅଧରେ ଦୁର୍ବୃତ୍ତଙ୍କ ଛୁରାମାଡ଼; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛି।

Death Suspense
ଗୋଟିଏ ଡାଳରେ ଝୁଲି ପଡିଲେ କଣ ପାଇଁ?

ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ, ହଟୁନି ସସ୍ପେନ୍ସ । ୨୪ ଘଂଟା ପରେ ବି ଜଣାପଡୁନି କାରଣ, ଆତ୍ମହତ୍ୟା ନା ହତ୍ୟା? ଖିଅ ଖୋଜୁଛି ପୋଲିସ୍

Death Suspense
ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ, ହଟୁନି ସସପେନ୍ସ

ପୋଲିସ ରାତି ସାରା ମୃତଦେହ ଜଗି ରହିବା ପରେ ଆଜି ସକାଳୁ ମୃତଦେହ ଉଦ୍ଧାର କରିଥିଲା।

Kendrapada Loot
ଗୁଳି ଫୁଟାଇ ଲୁଟିନେଲେ ୧ ଲକ୍ଷ ୬୦ ହଜାର ଟଙ୍କା

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ଘରେ ପଶି ଗୁଳି ଫୁଟାଇ ୧ ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ ।

Bombs hurled in front of the house of newly elected Municipality chairperson
ଫାଙ୍କା ଗୁଳି ଚାଳନା ପରେ ଏବେ ପୌରାଧ୍ୟକ୍ଷାଙ୍କ ଘର ବାହାରେ ବୋମାମାଡ଼

ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବୋମାମାଡ଼ରେ ଘରର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। 

Illegal Wildlife Trade
କାମ ଦେଉନି ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ; ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର

ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର ରାଜ୍ୟର ଯେଉଁ ଅଞ୍ଚଳ ଦେଖିବେ, ସବୁଠି ସକ୍ରିୟ ବନ୍ୟଜନ୍ତୁ ଶିକାରୀ । କେଉଁଠି ଚମଡ଼ା ଓ ନଖ ପାଇଁ ବାଘ ତ, କେଉଁଠି ଶିଙ୍ଗ ପାଇଁ ହରିଣ । ସେହିଭଳି ପୁରା ଜୀବନ୍ତ ଚାଲାଣ ପାଇଁ ପ୍ରସ୍ତୁତ ବଜ୍ରକାପ୍ତା ଏଇ ସପ୍ତାହ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଛି ।

Illegal Wildlife Trade
ଚାଲାଣ ହେଉଛି କୋଟିକୋଟି ଟଙ୍କାର ବନ୍ୟ ଜନ୍ତୁଙ୍କ ଦେହାବଶେଷ

ଯେତେ ସଜାଗ, ସଚେତନତା ଓ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ଥମୁନି ବନ୍ୟପ୍ରାଣୀ ଚୋରା କାରବାର । ବାଘ, ହାତୀ, ହରିଣ ଏବଂ ବଜ୍ରକାପ୍ତା ଭଳି ବନ୍ୟଜନ୍ତୁଙ୍କୁ ଶିକାର କରି ଲୁଟି ନେଉଛନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ରାକେଟ୍ ।

Asst Engineer
ଝୁମ୍ପୁଡ଼ିରେ ରହୁଥିବା ଶାଳୀ ହାତରେ ବି ଥିଲା ଗୁପ୍ତଧନର ଚାବିକାଠି

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଗୁପ୍ତଧନର ଭଣ୍ଡାଫୋଡ୍ । ଫିଟିଛି ପାପ ସମ୍ପତ୍ତିର ପେଡ଼ି । ଫ୍ଲାଟରେ ରହୁଥିବା ପତ୍ନୀ ହାତରେ ଥିଲା କଳାଧନର ଠିକଣା । ଝୁମ୍ପୁଡ଼ିରେ ରହୁଥିବା ଶାଳୀ ହାତରେ ବି ଥିଲା ଗୁପ୍ତଧନର ଚାବିକାଠି ।

Asst Engineer
ଫିଟିଛି କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ପାପ ସମ୍ପତିର ପେଡ଼ି

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଫିଟୁଛି କଳା ଟଙ୍କାର ମହାଗୁମର । ଦ୍ୱିତୀୟ ପତ୍ନୀ ଆଉ ଶାଳୀଙ୍କ ପଣତକାନିରେ କେମିତି ଲୁଚାଇ ରଖୁଥିଲେ ପାପ ସମ୍ପତ୍ତି, ସାମ୍ନାକୁ ଆସିଛି ତାର ସାଂଘାତିକ ସତ ।

Son Killed Mother
'ଏତେ ନିଶା ଯେ ଠେଙ୍ଗାରେ ପିଟିପିଟି ମା'କୁ ମାରିଦେଲା'

ନିଶାସକ୍ତ ଅବସ୍ଥାରେ ମାଆକୁ ପିଟିପିଟି ହତ୍ୟା କଲା ପୁଅ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡିହା ଗାଁରୁ ।

Drugs Mafia
ନିଶା ମାଫିଆର ୨ କୋଟି ୩୫ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି

ନିଶା ମାଫିଆ ଅନୀଲ ପାଣ୍ଡିରେ ଘର ଗଞ୍ଜାମର କୋଦଳା ଅଞ୍ଚଳରେ । ତା ନାଁରେ ଗୁଜରାଟରେ ୧୧ଟି ଏନ୍‌ଡିପିଏସ୍ ମାମଲା ରହିଛି । ଅନୀଲ ଏତେ ପରିମାଣର ବେଆଇନ ସଂପତ୍ତି କେଉଁଠୁ ଆଣିଲା । ସେନେଇ ତଦନ୍ତ କରାଯାଇଥିଲା । ତେବେ ଗଂଜେଇ ବ୍ୟବସାୟ କରି ସେ ସଂପତ୍ତି ଠୁଳ କରିଥିବା ତଦନ୍ତରୁ ଜଣାପଡ଼ିଛି ।

Engineer wife Arrest
ସ୍ୱାମୀର ଦୁର୍ନୀତିକୁ ପାଖରେ ରଖି ବନ୍ଧା ହେଲେ ସ୍ତ୍ରୀ

ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ସମସ୍ତଙ୍କୁ ଚମକାଇ ଦେଇଛି।