• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Sonali
ପୋଲିସ ଉପରୁ ଚାପ ହଟିଲା ନା ହାଇକୋର୍ଟଙ୍କ ଛାଟ ବାଜିଲା ? ଅଢ଼େଇ ମାସ ପରେ ରୁଜୁ କଲା ମାମଲା

ଜାନୁଆରି ୩୧ରେ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା । ଏପ୍ରିଲ ୧୯ ତାରିଖରେ ହେଲା ଏଫ୍ଆଇଆର୍ । ଏତଲା ପାଇଁ କମିଶନରେଟ ପୋଲିସକୁ ଲାଗି ଗଲା ୨ ମାସ ୧୯ ଦିନ ।

Naba Das
ନବଙ୍କ ଘରୁ ମୃତଦେହ ଉଦ୍ଧାର ଘଟଣା, ବଢ଼ୁଛି ସନ୍ଦେହ ! ତରବରିଆ ଭାବେ କାହିଁକି କରାଗଲା ବ୍ୟବଚ୍ଛେଦ ?

ରୋଷେୟା ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ସମସ୍ତେ ନୀରବ ରହୁଥିବାରୁ ଘଟଣା ଆହୁରି ରହସ୍ୟମୟ ଲାଗୁଛି ।

crime
ଚାକିରୀ ଗଲା, ଟଙ୍କା ଗଲା, ସମ୍ମାନ ଗଲା : ବିଶ୍ୱାସଘାତକ କର୍ମଚାରୀଙ୍କ ଠିକଣା ଏବେ ଜେଲର ଚାରିକାନ୍ଥ ଭିତରେ

ସମ୍ବଲପୁରରୁ ଲୁଟ୍ ଟଙ୍କା ଦେବଗଡ଼ ବନକାଲୋ ଅଞ୍ଚଳରୁ ଜବତ । ତାହା ପୁଣି ମାଟି ତଳୁ । ଆଉ ଖୋଳୁ ଖୋଳୁ ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍ ବ୍ୟାଣ୍ଡେଲ ।

Cocaine
ଭୁବନେଶ୍ୱରରୁ ଗିରଫ ୨ କୋକେନ୍‌ ମାଫିଆଙ୍କର ସ୍ୱିଜରଲ୍ୟାଣ୍ଡ-ଚୀନ୍‌-ଫ୍ରାନ୍ସ-ଆମେରିକା-ଥାଇଲାଣ୍ଡ ସହ ଲିଙ୍କ

୬ଟି ଦେଶର ମାଫିଆଙ୍କ ସହ ଲିଙ୍କ୍ ଥିବା ଜଣାପଡ଼ିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସ୍ୱିଜରଲ୍ୟାଣ୍ଡ, ଚାଇନା, ଫ୍ରାନ୍ସ, ଆମେରିକା, ଥାଇଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ସହ ଏହି ଦୁଇ ଗିରଫ ମାଫିଆଙ୍କ ସମ୍ପର୍କ ରହିଛି ।

Custodial Death
ପୋଲିସ ହେପାଜତରେ ମୃତ୍ୟୁ ଘଟଣା, ମାମଲା ରୁଜୁ କଲେ OHRC

ପୋଷ୍ଟମର୍ଟମ ରିପୋର୍ଟ, ପାରିପାର୍ଶ୍ୱିକ ସ୍ଥିତି, ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏହି ତଦନ୍ତ ଚାଲିଛି । ପ୍ରଦୀପଙ୍କ ମୃତ୍ୟୁକୁ ନେଇ ପୋଲିସ୍‌କୁ ଦାୟୀ କରିଛନ୍ତି ପରିବାରଲୋକେ ।

STA Guidelines for School Bus
ପ୍ରଥମ ଦିନରୁ ବଡ଼ ମାଛ ! ଗୋଟିଏ ସ୍କୁଲ ବସ୍‌କୁ ୪ ଲକ୍ଷ ଟଙ୍କା ଜରିମାନା

ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି । ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରାଯାଇଛି ।

Accused Sani And Dipak
ମୋହନାରେ ଯୁବକଙ୍କୁ ହତ୍ୟା ମାମଲାରେ ଖୁଲାସା: ଗଞ୍ଜେଇ କିଣିବାକୁ ନେଇ ହୋଇଥିଲା ମର୍ଡର

ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଲେ ଗଜପତି ଏସ୍‌ପି

Soumya and Sonali
ଗାୟିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ

ହାଇକୋର୍ଟରେ ପରିବାରଲୋକେ ଦ୍ୱାରସ୍ଥ ହୋଇଥିଲେ।

Punishment for Temple Donation
ମନ୍ଦିର ପାଇଁ ଟଙ୍କା ନଦେବାରୁ ନିଜ ଛେପରେ ନାକ ଘଷିଲେ ଦଳିତ ଯୁବକ

ସମ୍ପୃକ୍ତ ସରପଞ୍ଚ ଜାତିକୁ ନେଇ ଆକ୍ଷେପ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି। 

Fake Detergent
ଭେଜାଲ ସାମଗ୍ରୀର ହବ୍‌ ପାଲଟିଲାଣି କି କଟକ ?

ନାମୀ ଦାମୀ ପ୍ରତିଷ୍ଠିତ କମ୍ପାନିର ଲେବଲ୍, ପ୍ୟାକେଜିଂକୁ ନକଲ କରି ସେଥିରେ ନକଲି ଓ ନିମ୍ନମାନର ଡିଟରଜେଣ୍ଟ ପାଉଡର ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଏଥିରେ କପଡ଼ା ଠିକ୍‌ରେ ସଫା ତ ହେବ ନାହିଁ, ବରଂ ଖରାପ ହେବ । ଏପରିକି ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ ପଡ଼ିବାର ଆଶଙ୍କା ଅଛି ।

Fake Detergent
ପ୍ୟାକେଟ୍ ଅସଲି କିନ୍ତୁ ମାଲ୍ ନକଲି

କଟକରେ ଥମୁନି ଭେଜାଲ ସାମଗ୍ରୀ କାରବାର । ଏତେ ନକଲି ସାମଗ୍ରୀ କାରବାର ଧରାପଡ଼ୁଛି ଯେ, ପୁରା ପୋଖତ ଲୋକ ବି ଧୋକା ଖାଇଯିବ, କେଉଁଟା ଅସଲି କେଉଁଟା ନକଲି ।

Corrupt Police
ଭିଜିଲାନ୍ସ ରେଡ୍‌ ଏକ ଭେଳିକି ! ଢିଲା ତଦନ୍ତ ପାଇଁ ଖସି ଯାଉଛନ୍ତି ବଡ଼ ବଡ଼ ମାଛ

ଚାର୍ଜସିଟ୍ ଦାଖଲରେ ବିଳମ୍ବରୁ ଜାମିନରେ ଖସି ଯାଉଥିବା ଏଭଳି ଅଫିସରଙ୍କ ତାଲିକା ଆହୁରି ଲମ୍ବା ଆଶ୍ଚର୍ଯ୍ୟର କଥା ହେଉଛି, ଭିଜିଲାନ୍ସ ଜାଲରେ ଫସିବା ଏବଂ ଅଚଳାଚଳ ସମ୍ପତ୍ତିର ତଥ୍ୟ ମିଳିବା ପରେ ଏଭଳି ବହୁ ଦୁର୍ନୀତିଖୋର ଅଧିକାରୀଙ୍କୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

Corrupt Police
ଭିଜିଲାନ୍ସ ରେଡ୍ ଏକ ଭେଳିକି !

ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଚାର୍ଜସିଟ୍ ଦାଖଲ ହୋଇପାରୁନି, ଏଥିରେ ପ୍ରକ୍ରିୟାଗତ ସମସ୍ୟା ରହୁଛି । ନା ଜାଣିଶୁଣି ବିଳମ୍ବ କରାଯାଇଛି, ଯାହା ଦୁର୍ନତିଖୋର୍‌ଙ୍କୁ ଖସିବାର ବାଟ କଢ଼ାଉଛି ।

Accident
ସ୍କର୍ପିଓ ଧକ୍କାରେ ଜଣଙ୍କର ମୃତ୍ୟୁ, ଅନ୍ୟ ଜଣଙ୍କୁ ପିଟି ପିଟି ମାରିଦେଲେ ଲୋକେ

ଗାଡ଼ିରେ ବସିଥିବା ଦୁଇ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ପିଟିଥିଲେ । ଲୋକଙ୍କ ମାଡ଼ରେ ଦୁଇ ଉଭୟ ଗୁରୁତର ହୋଇଥିବା ବେଳେ ମେଡିକାଲ୍‌ରେ ଜଣଙ୍କର ମୃତ୍ୟୁ ହୋଇଛି ।

Cocaine
ଫୋକସ୍‌ରେ ମହଙ୍ଗା ନିଶା କାରବାର ! କୋକେନ୍‌ ମାଫିଆଙ୍କୁ ଜେରା କରିବ ନାର୍କୋଟିକ୍ସ

୨୦୨୩ ହକି ବିଶ୍ୱକପ୍ କୁ ଆଖି ଆଗରେ ରଖି କୋକେନ୍ ବିକ୍ରି ପାଇଁ ସେମାନଙ୍କ କଣ ଥିଲା ବ୍ଲୁ ପ୍ରିଣ୍ଟ । ରାଜଧାନୀର କେଉଁ ତାରକା ହୋଟେଲକୁ କୋକେନ ଦିଆଯାଉଥିଲା ।

 SDJM court grants permission to Dhauli Police to take two arrested accused on remand for 5 days
ଭୁବନେଶ୍ୱର ATM ଲୁଟ୍‌ ଘଟଣା; ୫ ଦିନିଆ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ

ଭୁବନେଶ୍ୱର ଲିଙ୍ଗିପୁରରେ ଏଟିଏମ୍ ଉପାଡ଼ି ଲୁଟ୍ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଖୋକନ ମୁଲ୍ଲା ଓ ମିଜାନୁର ରେହମାନ ମୁଲ୍ଲାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି । 

Mahanga Mass Murder
ମାହାଙ୍ଗା ଗଣହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଏଥିରୁ ଜଣାପଡ଼ିଛି। ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳଛି।

Collector Ashish Thakare
ଆଶିଷ ଠାକରେଙ୍କ ବିରୋଧରେ ଗିରଫ ପରୱାନା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ତାଙ୍କ ନାଁରେ ଗିରଫ ପରଓ୍ୱାନା ଜାରି କରିଥିଲେ ଜାତୀୟ ଜନଜାତି କମିଶନ। 

  • Tuesday, 19 April 2022
Stf sends accused on 4 day remand
ରାଜଧାନୀରେ ମହଙ୍ଗା ନିଶା ବିକ୍ରି ମାମଲା; ୪ ଦିନ ପାଇଁ ରିମାଣ୍ଡରେ ଗଲେ ୨ ମୁଖ୍ୟ ଅଭିଯୁକ୍ତ

ମେଗା ଇଭେଣ୍ଟକୁ ଟାର୍ଗେଟ କରି ରାଜଧାନୀରେ ମହଙ୍ଗା ନିଶା । କୋକେନ୍ ବିକ୍ରି ଯୋଜନା କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରବି କୁମାର-ଶନି କୁମାରକୁ ରିମାଣ୍ଡରେ ନେଲା ଏସଟିଏଫ୍ ।

Trinath Mishra
ଚାର୍ଜସିଟ ଦାଖଲ କରିପାରିଲାନି ଭିଜିଲାନ୍ସ; ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତପୂର୍ଣ୍ଣ ଜାମିନ

ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ଏହି ଜାମିନ ମିଳିଛି । ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ତ୍ରିନାଥ ମିଶ୍ର ।

Custodial Death
ଥାନା ହାଜତରେ ମରିଥିବା ବ୍ୟକ୍ତି କିଏ?

ଭାସିଗଲା ସଂସାର, ଭେଳା ବୁଡ଼ିଗଲା ପରିବାରର। ପରିବାରକୁ ଦାନା ଯୋଗାଉଥିବା ରୋଜଗାରିଆ ମଣିଷର ପୋଲିସ ହାଜତରେ ମୃତ୍ୟୁ ଅଭିଯୋଗ। ଏ ହେଲା ସୁନ୍ଦରପଦା କପିଳପ୍ରସାଦର ଦେବେନ୍ଦ୍ର ଚୌଧୁରୀଙ୍କ ପତ୍ନୀ ଓ ପରିବାର। ଗତ ରାତିଠୁ ଆଖିକୁ ନିଦ ନାହିଁ, ପେଟକୁ ଭୋକ ନାହିଁ। ସେମାନଙ୍କ ଅଭିଯୋଗ, ଦେବେନ୍ଦ୍ରଙ୍କୁ ପୋଲିସ ପିଟି ପିଟି ମାରିଦେଇଛି।  

Custodial Death
ମୃତଦେହ କାହାର ? ପରିବାର ଲୋକ କହୁଛନ୍ତି ସେ ଦେବେନ୍ଦ୍ର ଆଉ ପୋଲିସ କହୁଛି ପ୍ରଦୀପ !

ରାଜଧାନୀର ଛାତି ଉପରେ ହାଜତ ମୃତ୍ୟୁ ବିବାଦ । ଛନ୍ଦିହୋଇଛି କମିଶନରେଟ୍ ପୋଲିସ । ପରିଚୟ ଦ୍ୱନ୍ଦ୍ୱ ବଢ଼ାଉଛି ବଡ଼ଗଡ଼ ଥାନା । ପୋଲିସ କହୁଛି, ମୃତକଙ୍କ ନାଁ ପ୍ରଦୀପ ସାହୁ ।

  • Monday, 18 April 2022
Poll Violence
ରାଜନୈତିକ ଶତ୍ରୁତାର ସୀମା ଟପିଗଲା ପରେ ରକ୍ତ ବୁହାଇଲେ ରକ୍ତ ସମ୍ପର୍କୀୟ

ବର୍ଷ ବର୍ଷ ଧରି କୁହୁଳୁଥିଲା ପାରିବାରିକ ବିବାଦର ନିଆଁ। ରାଜନୈତିକ ଶତ୍ରୁତାର ସୀମା ଟପିଗଲା ପରେ ରକ୍ତ ବୁହାଇଲେ ରକ୍ତ ସମ୍ପର୍କୀୟ। କିଏ କାହା ମୁଣ୍ଡ ଗଡ଼ାଇଦେଲା ତ ଆଉ କିଏ ଜାଳିଦେଲା ବାସଘର। ଏଭଳି ଭୟଙ୍କର ହିଂସା ପରେ କାନ୍ଦ ବୋବାଳିରେ ଫାଟିପଡୁଛି ଦାଣ୍ଡ ଦୁଆର

  • Sunday, 17 April 2022
Poll Violence
ଗୁଳି କରି ହତ୍ୟା କରିବା ବେଳେ ନିଜକୁ ବିଜେଡି ନେତା କହିଲା ଅଭିଯୁକ୍ତ !

ବଚସା ମଧ୍ୟରେ ଏକ ଶିକାରୀ ବନ୍ଧୁକରୁ ଦଳେଇକୁ ଗୁଳି କରି ହତ୍ୟା କରିଥିଲା ନୃପତ୍ତି।

Youth Murder In Mayurbhanj
ଜୀବନର ମୂଲ୍ୟ କ’ଣ ମାତ୍ର ୩୦ ହଜାର ଟଙ୍କା ? ସାଙ୍ଗର ଜୀବନ ନେଲା ସାଙ୍ଗ, ହତ୍ୟା କରି ନାଳରେ ଫିଙ୍ଗି ଦେଲା

ମାତ୍ର ୩୦ ହଜାର ଟଙ୍କା ପାଇଁ ହତ୍ୟା ପରି ଜଘନ୍ୟକାଣ୍ଡ ଘଟାଇବାକୁ ପଛାଇଲେ ନାହିଁ। ତାହା ପୁଣି ଅଜଣା ଲୋକ କି ଚୋର ଡକାୟତ ଖଣ୍ଟ ନୁହେଁ, ବରଂ ନିଜ ଗାଁ ଲୋକ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଘନିଷ୍ଠ ସମ୍ପର୍କ ଥାଇ ମଧ୍ୟ ହତ୍ୟା କରିବାକୁ ପଛାଇଲେ ନାହିଁ ଗାଁ ଲୋକେ।