• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡ଼ିଶା ହୋମ୍ ଆଣ୍ଡ୍ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ମନୋଜ ପଣ୍ଡାଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଛି । ୨୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଲୁକ୍ ଆଉଟ ସର୍କୁଲାର ଜାରି କରିଛି ଇଓଡବ୍ଲ୍ୟୁ(EOW) । 

ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଆପାର୍ଟମେଣ୍ଟ ଓ ଫ୍ଲାଟ ଯୋଗାଇଦେବାକୁ କହି ମନୋଜ ଲୋକଙ୍କ ଠାରୁ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଥିଲା । ୨୦୧୩ରୁ ୨୦୧୬ ମଧ୍ୟରେ ୪୨ଜଣଙ୍କ ଠାରୁ ୨୦ କୋଟି ଟଙ୍କା ନେଇଥିଲା ସଂସ୍ଥା । ୨୦୧୮ ସୁଦ୍ଧା ଫ୍ଲାଟ ଯୋଗାଇଦେବାକୁ କହିଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ନଦେଇ ଛୁ ମାରିଥିଲେ ମନୋଜ ପଣ୍ଡା । ଏନେଇ ଜମାକାରୀ ମାନେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡବ୍ଲ୍ୟୁ ।