• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଦ ଧରିବାକୁ ଆସିଥିବା ପୋଲିସ ଓ ଅବକାରୀ ଟିମକୁ ଉଗ୍ରରୂପ ଦେଖାଇଲେ ମହିଳା । ଘର କବାଟ ଖୋଲିବାକୁ କହିବାରୁ ଗେଟରେ ତାଲା ଦେଇ ପୋଲିସ ଓ ଅବକାରୀ ଟିମକୁ ଦେଖାଇଲେ ପନିକି । ଏପରିକି ଘର ଭାଙ୍ଗିବାକୁ ଉଦ୍ୟମ କଲେ ପାଖରେ ଦଉଡି ରଖିବା ସହ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଧମକ ଦେଲେ । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

 ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଓ ପୋଲିସର ୧୩ ଜଣିଆ ଟିମ୍ ଲବାରସିଂ ଗ୍ରାମର ଭାନୁମତି ଶବରଙ୍କ ଘରେ ଚଢାଉ କରିଥିଲେ l ହେଲେ ଚଢ଼ାଉ ବେଳେ ଭାନୁମତି ସହଯୋଗ କରିବା ପରିବର୍ତ୍ତେ ଘରର ଥିବା ଗ୍ରିଲ ଗେଟକୁ ନ ଖୋଲି ଗୋଟାଏ ଧାରୁଆ ପନିକି ଧରି ପୋଲିସ ଓ ଅବକାରୀ କର୍ମଚାରୀଙ୍କୁ ଧମକ ଦେଇଥିଲା । ଏପରିକି ଘରେ ପଶିଲେ ଅତ୍ମ୍ୟହତ୍ୟା କରିବି ବୋଲି ଚେତାବନୀ ଦେଇଥିଲେ l

ତେବେ ଏହି ଘଟଣା ପରେ ପୋଲିସ ଓ ଅବକାରୀ ଟିମ୍ ସେଠାରୁ ଖାଲି ହାତରେ ଫେରିଲେ । ଭାନୁମତିଙ୍କ ଘରେ ଚଢାଉ କରିପାରି ନଥିଲେ। ଅନ୍ୟପଟେ ଖୁବ ଶୀଘ୍ର କୋର୍ଟରୁ ସର୍ଚ୍ଚ ଅର୍ଡର ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭାନୁମତିଙ୍କ ଘରେ ପୁଣି ଥରେ ଚଢ଼ାଉ କରି ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ସାହୁ ।