• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଫିସ ଭିତରେ ଚେୟାର ଉପରେ ଗୋଡ଼ ଥୋଇ ମଦ ପିଉଛନ୍ତି ଅଫିସର । ଗଞ୍ଜାମ ଜିଲ୍ଲା ରେ କାମ କରୁଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ଅଫିସ ଭିତରେ ମଦ ପିଇବାର ଫଟୋ ଏବେ ଭାଇରାଲ୍ ହେଉଛି । ଭାଇରାଲ୍ ଭିଡ଼ିଓ କୁ ନେଇ ସାରା ଜିଲ୍ଲାରେ ଜୋରଦାର ଚର୍ଚ୍ଚା ।

NHM ଅଧିନରେ ଥିବା ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆସିଷ୍ଟାଣ୍ଟ ମ୍ୟାନେଜର ସନ୍ଦୀପ ତ୍ରିପାଠୀ ଅଫିସ୍‌ ଭିତରେ ନିଜ ଚେୟାର ଉପରେ ବସି ମଦ ପିଉଥିବା ଓ ଡ୍ରୟରରେ ମଦ ବୋତଲ ରଖିଥିବା ଭିଡ଼ିଓ ସହ ଫଟୋ ଭାଇରାଲ ହୋଇଛି । ସେ ଯେ କେବଳ ଅଫିସ ଭିତରେ ମଦ ପିଉଛନ୍ତି ତାହା ନୁହେଁ, ବିଭିନ୍ନ ମହିଳା କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର କରି ଗାଳିଗୁଳଜ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ସେ ଅନ୍ୟ ପୁରୁଷ ସହକର୍ମୀଙ୍କୁ ମଧ୍ୟ ଗାଳିଗୁଳଜ କରୁଥିବାର ଅଭିଯୋଗ ଆସିଛି ।

ସେପଟେ RBSK/RKSKର ଆସିଷ୍ଟାଣ୍ଟ ମ୍ୟାନେଜର ସନ୍ଦୀପ ତ୍ରିପାଠୀଙ୍କ ଏଭଳି ମଦ ପିଇବା ଏବଂ ଅଶାଳୀନ ବ୍ୟବହାରକୁ ନେଇ ଗଞ୍ଜାମ ସିଡିଏମ୍ଓ ଅବଗତ ଥିବା କହିଛନ୍ତି । ତାଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ସେ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମ୍ଓ କହିଛନ୍ତି ।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଅଧିକାରୀ ସନ୍ଦୀପ ତ୍ରିପାଠୀ । ସେ କେବେ ମଦ ପିଅନ୍ତି ନାହିଁ କି ,ଫଟୋରେ ମୁଁ ମଦ ପିଉଥିବା ଦେଖାଯାଉଛି ସତ, ହେଲେ ଏ ମଦ ମୁଁ କେବେବି ପିଇନି।  ଯେକୌଣସି ଭଗବାନଙ୍କ ରାଣ ପକାଇବାକୁ କହିଲେ ବି ମୁଁ ପକାଇବି, କାହାକୁ ଅଶାଳୀନ ବ୍ୟବହାର କରିନି ବୋଲି ସନ୍ଦୀପ କହିଛନ୍ତି । ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି ।