• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନ ନିବାସ ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଗଛରେ ଚଢ଼ି ମହିଳା ଜଣକ କରିଚନ୍ତି ଆତ୍ମହତ୍ୟା ଉଦ୍ୟମ । ଏନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏତେ ମାତ୍ରରେ ସିକ୍ୟୁରିଟି ଥାଇ ମଧ୍ୟ କିଭଳି ଜଣେ ମହିଳା ଗଛ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ, ସେନେଇ ସମସ୍ତଙ୍କ ମେନରେ ପ୍ରଶ୍ନ । ତେବେ ୨୩ ବର୍ଷ ଧରି ପୋଲିସରୁ ନ୍ୟାୟ ପାଇନଥିବା ଅଭିଯୋଗ କରି ମହିଳା ଜଣକ ଆତ୍ମହତ୍ୟା ପାଇଁ ମନସ୍ଥ କରିଥିବା କହିଛନ୍ତି । ତାଙ୍କ ଆତ୍ମହତ୍ୟା ଉଦ୍ୟମ ପଛର ମୁଖ୍ୟ କାରଣ ସେ ପୋଲିସକୁ ହିଁ ଦେଇଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ମହିଳାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ତାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖି ପଚରାଉଚରା କରାଯାଛି ।