/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664022996.jpg)
Mobile Phone Found
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ୨ଟି ମୋବାଇଲ୍ ପୋଲିସ ହାତରେ ଲାଗିଛି । ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ଏହି ୨ଟି ଯାକ ମୋବାଇଲ୍ ମିଳିଛି । ପୋଲିସ ସନ୍ଧାନୀ କୁକୁର ସହାୟତାରେ ଏହି ମୋବାଇଲ୍ ଖୋଜି ବାହାର କରିଛି । ମୋବାଇଲ୍ ରାତି ୨ଟା ୪୩ରୁ ସ୍ୱିଚ୍ ଅଫ୍ ହୋଇଥିବା ପୋଲିସର ପକ୍ଷରୁ ସୂଚନା ଦିଆଯାଇଛି । ମୋବାଇଲରେ ଥିବା ଭିଡିଓ ବିଷୟରେ ଫେସବୁକ୍ର ଏକ ପୋଷ୍ଟ ମାଧ୍ୟମରେ ଜଣାଇଥିଲେ ଧର୍ମେନ୍ଦ୍ର ।
ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ନା ଆଉ କିଛି ? ଚାପରେ ଥିଲେ କି ? ଯଦି, ଚାପରେ ଥିଲେ ତେବେ କିଏ ଦେଉଥିଲା ସେ ଚାପ? ପାରିବାରିକ କଳହ କଣ ଥିଲା ? ଏବେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।
ସବୁଠାରୁ ବଡ଼ କଥା, ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ରଙ୍କର ଫେସ୍ବୁକ୍ ପେଜ୍ରେ ପୋଷ୍ଟ ହୋଇଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଥିରେ ଲେଖା ହୋଇଛି- ‘ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’। ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସମ୍ପର୍କ ରହିଛି ? ଫୋନ୍ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)