• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟର  ବଡ଼ମେଡ଼ିକାଲ୍‌ରେ ବଡ଼ ଅଘଟଣ । ସମ୍ବଲପୁର ଭିମସାର୍‌ ମେଡ଼ିକାଲରୁ ଶିଶୁ ଚୋରି ଭଳି ଏବେ କଟକ ଏସ୍‌ସିବିରୁ ସାମ୍ନାକୁ ଆସିଛି ଶିଶୁ ଚୋରିର ସଂଗୀନ ଅଭିଯୋଗ । SCBର SNCUରୁ ନବଜାତ ଶିଶୁକନ୍ୟାଟିକୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ପ୍ରସୂତି ଯାଁଳା କନ୍ୟା ପ୍ରସବ କରିଥିଲେ । ଗୋଟିଏ ଶିଶୁକନ୍ୟାକୁ ଧରି ପ୍ରସୂତି ଜଣକ ପ୍ରସୂତି ବିଭାଗ ୱାର୍ଡରେ ଅଛନ୍ତି । ଅନ୍ୟ ଶିଶୁକନ୍ୟାଟିକୁ ଜଣ୍ଡିସ୍ ହୋଇଥିବାରୁ ତାକୁ SNCUରେ ରଖାଯାଇଥିଲା । ସେହି SNCUରୁ କେହି ଜଣେ ଶିଶୁଟିକୁ ନେଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଅଭିଯୋଗ ନେଇ ଏସ୍‌ସିବି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏହାର ଖୋଳତାଡ଼ କରାଯାଉଥିବା ସୂଚନା ମିଳିଛି ।