ଯେହେତୁ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣି ନାହାନ୍ତି, ତେଣୁ ଏ ସମ୍ପର୍କରେ କୌଣସି ମତ ରଖିବାକୁ ଉଚିତ୍ ମନେ କରୁନଥିବା ମନ୍ତ୍ରୀ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପାଇଁ ମନ୍ତ୍ରୀ ଦାୟୀ ନେଇ ପୂର୍ବରୁ ଏକ ଅଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା।
ଦୁଇ ମୋବାଇଲରେ ଲୁଚି ରହିଛି କି ସବୁ ଗୁମର ? ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସମୀର ଦାସଙ୍କୁ ବିରୋଧୀଙ୍କ ଟାର୍ଗେଟ ।
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।
ଧର୍ମେନ୍ଦ୍ର ଯେଉଁ ରାଜନୈତିକ କାରଣରୁ ପରିବାରରେ ବିବାଦ କଥା କହିଛନ୍ତି, ତାପଛର ସତ୍ୟତା କଣ? ରାଜନୈତିକ ପ୍ରସଙ୍ଗରେ କିଏ ଓ କାହିଁକି ତାଙ୍କ ପରିବାରକୁ ଡିଷ୍ଟର୍ବ କରୁଥିଲେ? ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ରହସ୍ୟ ବଢ଼ାଉଛି ଧର୍ମେନ୍ଦ୍ରଙ୍କ ପଡ଼ୋଶୀଙ୍କ ଘରେ ଲାଗିଥିବା ସିସିଟିଭିର ଫୁଟେଜ୍।
ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ଦେଖିବାକୁ ମିଳିଛି। ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଏହି ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା।
କେଉଁ ପରିସ୍ଥିତିରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ।
ବିଜେଡି ନେତାଙ୍କ ସନ୍ଦେହହଜନକ ମୃତ୍ୟୁ। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।