• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗୋଟିଏପଟେ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବମୁଖର ଥିବାବେଳେ ଅନ୍ୟପଟେ ବଲାଙ୍ଗିର ସହରରେ ଗଡ଼ିଲା ମୁଣ୍ଡ। ପୌରସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ମହିଳା ପୌର କର୍ମଚାରୀ ଅଷ୍ଟମୀ। ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରୁ ଅଷ୍ଟମୀ ନିଖୋଜ ଥିଲେ। ତେବେ ଆଜି ସକାଳୁ ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପୌର ସଂସ୍ଥାର ମଇଳା ଉଠା ଗାଡ଼ି ଚଲାଉଥିଲେ ଅଷ୍ଟମୀ। କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନି। ଖବରପାଇ ଟାଉନ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାଥାଉ କି, କିଛି ଦିନ ପୂର୍ବେ ବଲାଙ୍ଗିରରେ ଏକ ହତ୍ୟାକାଣ୍ଡ ହୋଇଥିଲା। ସଦରଥାନା ଅନ୍ତର୍ଗତ ଖୁଜେନପାଲି ଗାଁର ସୁରେଶ ଭୋଇ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଗାଁ ଦାଣ୍ଡରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁରେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହତ୍ୟା ପରେ ବାଉଁଶ ପକାଇ ଶବକୁ ଜାଳି ଦେବାକୁ ଉଦ୍ୟମ କରାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ମଦ ପିଇ ଝଗଡ଼ା ପରେ ହତ୍ୟାକାଣ୍ଡ ହୋଇଥିବା ଅନୂମାନ କରାଯାଉଛି। ବଲାଙ୍ଗିର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା।