ରାଜଧାନୀରେ ମର୍ଡର। ଭୁବନେଶ୍ବର ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା। ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା। ଅଭିଯୁକ୍ତ +୨ ଛାତ୍ର ସୂଚନା, ହତ୍ୟା ପରେ ଥାନାରେ ଅଟକ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା ।
ଭୁବନେଶ୍ବରର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗ ବଡ଼ ଡ୍ରାଇଭ୍ ଆରମ୍ଭ କରିଛି।
ଭୁବନେଶ୍ବର ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା । ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା ।
‘ହେଲୋ, ମୁଁ CJI କହୁଛି, ମୁଁ କନ୍ନଟ ପ୍ଲେସ୍ରେ ଫସି ଯାଇଛି । ମୋତେ କାର୍ ଭଡ଼ା ୫୦୦ ଟଙ୍କା ପଠାଇ ପାରିବ ? ’ ଏମିତି କହି ଟଙ୍କା ମାଗିଲେ ସାଇବର ଠକ...
CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ର ସେଠୀଙ୍କ ଭୁବନେଶ୍ବରରେ ଥିବା ୨ଟି ଘର ଓ ଜଗତସିଂହପୁର ପୈତୃକ ଘରେ ରେଡ୍ ଚାଲିଛି।
୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଜାରେ ପଡିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସଆଇ ରଜନୀକାନ୍ତ ଦାସ।
ବିଶ୍ୱବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି ମହିଳା ବିରୋଧୀ ଅପରାଧ ଓ ହିଂସା ଘଟଣା । ଏନେଇ ପ୍ରକାଶ ପାଇଥିବା ଏକ ସଦ୍ୟତମ ରିପୋର୍ଟ ଚିନ୍ତାଜନକ ରହିଛି ।
ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଲୋକେ । ଘର ଭାଙ୍ଗିବା ସହ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କଲେ । ନୟାଗଡ଼ ରାଜସୁନାଖଳା ଅଞ୍ଚଳରେ ଘଟିଛି ଏମିତି ବର୍ବରୋଚିତ ଘଟଣା।
ମୃତଦେହ ମିଳିଥିବା ସେମିନାର ହଲ୍ରେ ବାହାର ଲୋକଙ୍କୁ ପଶିବାକୁ କାହିଁକି ଅନୁମତି ଦେଇଥିଲା ପୋଲିସ। ଘଟଣା ସ୍ଥଳରେ ଡାକ୍ତର, ପୋଲିସ, ଓକିଲ କାହିଁକି ଏକାଠି ହୋଇଥିଲେ ଏବଂ ପ୍ରମାଣ ନଷ୍ଟ କରିବାକୁ ଏହା ଯୋଜନା ପ୍ରସୂତ ଥିଲା କି ବୋଲି ଅମିତ ପ୍ରଶ୍ନ କରିଛନ୍ତି।
କ୍ରାଇମସ୍ପଟକୁ ନେଇ ବଢ଼ିଲା ସହପାଠୀଙ୍କ ସନ୍ଦେହ । ସେମିନାଲ ହଲକୁ କ୍ରାଇମ ସ୍ପଟର ରୂପ ଦିଆଯାଇଥିବା ଆଶଙ୍କା ।
ମାଲକାନଗିରି ବିଜେଡି ଜିଲ୍ଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ୨ ଜଣଙ୍କ ନାଁରେ ଏତଲା ।
ଭୁବନେଶ୍ୱରରେ କଣ୍ଟେନରରୁ ୫୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ କଲା ସିଟି-ଜିଏସ୍ଟି ସ୍କ୍ୱାଡ୍ । ଏୟାରପୋର୍ଟ ପାଖରୁ ଯାଞ୍ଚ କରି ଧରିଛି ସିଟି-ଜିଏସ୍ଟି ସ୍କ୍ୱାଡ୍ ।
ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ଅଘଟଣ । ଅଗ୍ନିଶମ କନଷ୍ଟେବଲଙ୍କ ଉପରକୁ ଗରମ ପାଣି ଫିଙ୍ଗିଲେ ହାବିଲଦାର ।
ଦିଦିଙ୍କ ରାଜ୍ୟରେ ପୁଣି ମହିଳାଙ୍କୁ ଦୁର୍ବ୍ୟବହାର ! ବିଳମ୍ବିତ ରାତିରେ ଅଭିନେତ୍ରୀଙ୍କ କାର୍ ଅଟକାଇଲେ, ଡୋର୍ ଖୋଲିବାକୁ କହିଲେ ।
ବେଲୁଚିସ୍ତାନର ମୁସାଖେଲ ଜିଲ୍ଲାରେ ଏହି ଘଟଣା ଘଟିଛି । ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀମାନେ ଯାତ୍ରୀମାନଙ୍କୁ ବସ୍ରୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ ।
ଭୁବନେଶ୍ୱର ସାଲିଆସାହି ପାଲଟିଛି ଦେଶୀ ମଦର ହବ୍ । ଯେତେ ଚଢ଼ାଉ ହେଉଛି ସେତିକି ମଦ ଫ୍ୟାକ୍ଟ୍ରି ଠାବ ହେଉଛି ।
ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ପରେ ବଳବତ୍ତର ରହିଛି BNSS-୧୬୩ ଧାରା ।
ଜେଲ୍ ସୁରକ୍ଷାର ଚାରି କାନ୍ଥ ଭିତରେ ରହି ପାର୍ବଣ ପୂର୍ବରୁ ଅପରାଧ ଭିଆଇବାକୁ ଗୋଟି ଚଳାଇଲେଣି କି ଅପରାଧୀ ? ଜେଲ୍ ଭିତରୁ ନିଶା ସାମ୍ରାଜ୍ୟର ନେଟୱର୍କ ଗଢ଼ିବାକୁ ବିଚାରାଧୀନ ବନ୍ଦୀ ତିଆରି କରୁଛନ୍ତି କି ବ୍ଲୁ ପ୍ରିଣ୍ଟ୍? ଗୋଟିଏ କି ଯୋଡ଼ିଏ ନୁହଁ, ଦୁର୍ଦ୍ଦାନ୍ତ କ୍ରିମିନାଲ୍ ରହୁଥିବା ଅନେକ ଜେଲରୁ ମିଳିଲାଣି ବହୁ ନିଷିଦ୍ଧ ସାମଗ୍ରୀ। ଉଦବେଗର କଥା ହେଉଛି, ଡି’ବ୍ରଦର୍ସ ଗ୍ୟାଙ୍ଗ ମୁଖିଆ ସୁଶାନ୍ତ ଧଳସାମନ୍ତ ରହୁଥିବା ବଲାଙ୍ଗିର ଜେଲର ସେଲ୍ ରୁ ମିଳିଛି ସ୍ମାର୍ଟଫୋନ୍। ଏହି ଘଟଣା ପରେ ଜେଲ୍ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଦାୟିତ୍ବ ସହ ସେମାନଙ୍କ ଭୂମିକାକୁ ନେଇଛି ଉଠିଛି ପ୍ରଶ୍ନ।..
ବିଚାରାଧିନ ବନ୍ଦୀ ବନିଥିବା ଅପରାଧୀଙ୍କ ସହ ହାତ ମିଳାଇଛନ୍ତି କି ଜେଲ୍ କର୍ମଚାରୀ ? ଫୁଙ୍ଗୁଳା ସୁରକ୍ଷା ବଳୟ ତିଆରି କରି ପାର୍ବଣ ପୂର୍ବରୁ ଖୋଲିଦେଉଛନ୍ତି କି ଅପରାଧ ଭିଆଇବାର ବାଟ ?
ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣା ପରେ ଉତ୍ତେଜନା । ପୋଡ଼ାସାହିରେ ଉତ୍ତ୍ୟକ୍ତ ଲୋକ ଗାଡ଼ି ଭଙ୍ଗାରୁଜା କରିଛନ୍ତି ।
ଛୁଟି ପାଇଁ ୫ ବର୍ଷର ଶିଶୁକୁ ମାରିଦେଲେ ୩ ନାବାଳକ ଛାତ୍ର। ଉତ୍ତର-ପୂର୍ବ ଦିଲ୍ଲୀର ଏକ ମଦ୍ରାସାରେ ଏହି ହତ୍ୟାକାଣ୍ଡ ଘଟିଛି।
କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପାପର ପାପୀ ସଞ୍ଜୟ ରାୟର ଚାଲିଛି ପଲିଗ୍ରାଫ୍ ଟେଷ୍ଟ । ଅଭିଯୁକ୍ତ ସଂଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ଗତକାଲି ୬ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା ।
ପକ୍କା ସୈତାନ ସନ୍ଦୀପ ଘୋଷ ! ଅପରାଧର ପୃଷ୍ଠ ଭୂମିରେ କରିଥିଲା ଘର । ଡେଲି ଡେଲି ସୁନ୍ଦରୀଙ୍କ କରୁଥିଲା ସଉଦା । ହେଲେ କିଏ ଏ ସନ୍ଦୀପ ଘୋଷ ? କେମିତି କଲା ଏତେ ବଡ଼ ଅପରାଧର ସାମ୍ରାଜ୍ୟ ?
ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଥିଲା ଦେହବେପାର । ମେଡିକାଲକୁ ଆସୁଥିଲେ ସୁନ୍ଦରୀ ସୁନ୍ଦରୀ ଦେହଜୀବୀ ।
ଜେଲରେ ଜୋରଦାର ହେଉଛି ଚଢାଉ। ବଲାଙ୍ଗୀର ଗ୍ୟାଙ୍ଗୱାର ଖବର ସାମନାକୁ ଆସିବା ପରେ ଏବେ କଡ଼ାକଡ଼ି ଚେକିଂ ଚାଲିଛି। ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ସେଲରୁ ବାହାରିଲା ମୋବାଇଲ।