୨ବର୍ଷରେ କୋର୍ଟଙ୍କ ୧୨୦ଟି ଡେଟ୍ ଏବଂ ପତ୍ନୀଙ୍କ ଏକାଥରକେ ୩ କୋଟି ଟଙ୍କା ସେଟେଲମେଣ୍ଟ ଦାବି । ଏହାପରେ ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଦେଲେ ବେଙ୍ଗାଳୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ । ଆସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ଦାବି କରୁଥିଲେ ୩ କୋଟି ଟଙ୍କା । ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ । ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ମୃତ୍ୟୁ ପୂର୍ବରୁ ଅତୁଲଙ୍କ ଭିଡିଓ ବାର୍ତ୍ତା ଯିଏ ଶୁଣୁଛି ଆଖିରୁ ଲୁହ ଝରି ଆସୁଛି ।
Published By: Santosh Kumar Sahoo
Last updated: 10 December 2024, 10:38 PM IST
ଖଣ୍ଡଗିରି ସବରେଜିଷ୍ଟ୍ରାର୍ ଅଫିସ୍ର କନିଷ୍ଠ କିରାଣି ଦେବଯାନୀ କର । ଯାହାଙ୍କ ଚାକିରି କାଳକୁ ପୂରିଛି ମାତ୍ର ୪ ବର୍ଷ । ଅଥଚ ଗ୍ରାସିଥିଲା ଲାଞ୍ଚର ମୋହ ।