Advertisment

Atul Subhash Case: ପତ୍ନୀ ନିର୍ଯ୍ୟାତନା ! ତାରିଖ ପରେ ତାରିଖ, ଲାଞ୍ଚ ପରେ ଲାଞ୍ଚ; ୪ ଜଣଙ୍କ ନାଁରେ ଏତଲା

ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Atul Subhash Case

Atul Subhash Case

ବେଙ୍ଗଳୁରୁର ବହୁ ଚର୍ଚ୍ଚିତ AI ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଛି ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି । ମୃତ ଅତୁଲଙ୍କ ଭାଇ ବିକାଶ କୁମାର ବେଙ୍ଗଳୁରର ମାରାଥଲି ଥାନାରେ ଏତଲା ଦେଇଛନ୍ତି । ବିକାଶଙ୍କ ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Advertisment

ବିଏନଏସର ଧାରା ୧୦୮ ଆତ୍ମହତ୍ୟା ପାଇଁ ଉସୁକେଇବା ଭଳି ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଅତୁଲ ସୁଭାଷ , ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଛନ୍ତି । ଆସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ଦାବି କରୁଥିଲେ ୩ କୋଟି ଟଙ୍କା, ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ ।

ସେପଟେ ଏ ଘଟଣା ଭିତରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଶାଶୁ ଘରେ ମହିଳା ବିରୋଧୀ ନିର୍ଯାତନା ପାଇଁ ଯେଉଁ ଆଇନ ଅଛି ତାହାର ଅପବ୍ୟବହାର ବଢୁଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀରେ କହିଛନ୍ତିଯେ, ଯୌତୁକ ନିର୍ଯାତନା ମାମଲାର ବିଚାର ବେଳେ ତଳ କୋର୍ଟ ଗୁଡ଼ିକ ସତର୍କତା ଅବଲମ୍ବନ କରିବା ସହ ନୀରିହ ବ୍ୟକ୍ତି ଯେଭଳି ଅସୁବିଧାରେ ନପଡ଼େ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ।

Advertisment

ଅଧିକ ପଢ଼ନ୍ତୁ: ଆଇ.ଜିଙ୍କ ବଡ଼ ବୟାନ: ଅନଲାଇନ ଗେମ୍‌ରୁ ଅପରାଧୀ ପାଲଟିଯାଉଛନ୍ତି ଯୁବପିଢ଼ି !

ବେଙ୍ଗାଳୁରୁର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲା ପରେ ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ବେଶ ଗୁରୁତ୍ୱ ରଖୁଛି । ଏକ ଯୌତୁକ ନିର୍ଯାତନା ମାମଲା ବନ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ତେଲେଙ୍ଗାନା ହାଇକୋର୍ଟ ଖାରଜ କରିବା ପରିପ୍ରେକ୍ଷୀରେ ଏଭଳି ଶକ୍ତ ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ ।

୨ବର୍ଷରେ କୋର୍ଟଙ୍କ ୧୨୦ଟି ଡେଟ୍ ଏବଂ ପତ୍ନୀଙ୍କ ଏକାଥରକେ ୩ କୋଟି ଟଙ୍କା ସେଟେଲମେଣ୍ଟ ଦାବି । ଏହାପରେ ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରି ଦେଇଛନ୍ତି ବେଙ୍ଗାଳୁରୁର AI ଇଞ୍ଜିନିୟର ଅତୁଲ ସୁଭାଷ । ଆସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ଦାବି କରୁଥିଲେ ୩ କୋଟି ଟଙ୍କା । ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ ।

ପତ୍ନୀଙ୍କ ଗୋଟିଏ ପରେ ଗୋଟିଏ ଗମ୍ଭୀର ଆରୋପ ଏବଂ କୋର୍ଟଙ୍କ ତାରିଖ ପରେ ତାରିଖ, ମାନସିକ ଚାପ ଶେଷ ସୀମା ଡେଇଁବା ପରେ ଜୀବନ ହାରିବା ଛଡା ଅତୁଲଙ୍କ ପାଖରେ ବୋଧହୁଏ ଆଉ କିଛି ବାଟ ନଥିଲା । ବିବାହ ବେଳେ ଯେଉଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇ ରହିବାକୁ ପତ୍ନୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ବିବାହ ପରେ ସେହି ଅଗ୍ନିରେ ଜଳୁଥିଲେ ଅତୁଲ ।

ଅଧିକ ପଢ଼ନ୍ତୁ: ଜଣକୁ ହତ୍ୟା କଲେ କେମିତି ଲାଗେ… ଜାଣିବାକୁ କ୍ରିମିନୋଲୋଜି ଛାତ୍ରଙ୍କ ଭୟଙ୍କର କାଣ୍ଡ

FIR Engineer AI Suicide Case Wife
Advertisment
Advertisment