/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733740421.jpg)
Cuttack City College Tension
ଅଶାନ୍ତ ହେଲା କଲେଜ ପରିସର । ବିଗିଡ଼ିଲା ଶୈକ୍ଷିକ ବାତାବରଣ । କଟକ ରାଜବଗିଚା ସିଟି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ । ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କଲେଜରେ ପଢ଼ୁଥିବା ଯୁକ୍ତ ୨ ଛାତ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ ।
ସୂଚନା ଅନୁସାରେ, କିଛି ଅଣ ଛାତ୍ର ପ୍ରତ୍ୟେକ ଦିନ ନିଶାସକ୍ତ ଅବସ୍ଥାରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ପାସ କରିବା ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ବିରୋଧ କରିବାରୁ ସେମାନେ ମରଣାତ୍ମକ ଆକ୍ରମଣ କରିଛନ୍ତି । ଏନେଇ ପୋଲିସକୁ ଅବଗତ କରିବାରୁ ଥାନା ଅଧିକାରୀ କିଛି ନ ବୁଝି ଓଲଟା ଥାନା ପରିସରରେ କଲେଜ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଏନେଇ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି କଲେଜ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ଅନ୍ୟ କିଛି ଯୁବକ । କଲେଜ୍ କ୍ୟାମ୍ପସ୍ ଭିତରେ ଥିବା ପଡ଼ିଆରେ ଦିନ ଦିପହରରେ ଏହି ମାଡ଼ଗୋଳ ହୋଇଛି । ତେବେ ଏହି ଘଟଣା ନେଇ କେତେକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି ।
#ଅଶାନ୍ତ_ହେଲା_କଲେଜ_ପରିସର
ବିଗିଡ଼ିଲା ଶୈକ୍ଷିକ ବାତାବରଣ । କଟକ ରାଜବଗିଚା ସିଟି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ । ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କଲେଜରେ ପଢ଼ୁଥିବା ଯୁକ୍ତ ୨ ଛାତ୍ରଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।..#Cuttack#Odisha#OTVpic.twitter.com/0QExL7lcEn— ଓଟିଭି (@otvkhabar) December 9, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)