ନିଆଁ ଲାଗି ଯାଇଥିବା ବସ୍ଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିଲା । ତେବେ ଅଧା ବାଟରେ ବସ୍ଟି ହୁତୁହୁତୁ ହୋଇ ଜଳି ଯାଇଥିଲା ।
ଯାଜପୁର ଜିଲ୍ଲା ସଦର ଥାନା ବରୁହାଁ ଛକ ନିକଟରେ ଏକ ଟ୍ୟାଙ୍କର ଓ ବାଇକ୍ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗର୍ଭବତୀ ଆହତ ହୋଇଛି ।
ସମ୍ବଲପୁରରେ ଦୁର୍ଘଟଣାଗ୍ରସ୍ତ ମେମୁ ଟ୍ରେନ୍ ଆଗକୁ ଗଡ଼ିଛି। ଲାଇନ୍ ମରାମତି ପରେ ସମ୍ବଲପୁର ପରିବର୍ତ୍ତେ ସର୍ଲା ଷ୍ଟେସନ ଯାଇଥିଲା ଟ୍ରେନ୍।
ବେଆଇନ୍ ବାଣ ତିଆରି ଓ ବିକ୍ରି କରିବା କେତେ ଯେ ବିପଦପୂର୍ଣ୍ଣ ଇଏ ତାର ଏକ ଜ୍ୱଳନ୍ତ ଉଦାହରଣ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ, ଆଶଙ୍କା ।
ବେଆଇନ୍ ବାଣ ତିଆରି ଓ ବିକ୍ରି କରିବା କେତେ ଯେ ବିପଦପୂର୍ଣ୍ଣ ଇଏ ତାର ଏକ ଜ୍ୱଳନ୍ତ ଉଦାହରଣ । ପ୍ରତି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଭୟ, ଆଶଙ୍କା ।
ରାଜ୍ୟରେ ଦିନକୁ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହେଉଛି । ଗତବର୍ଷ ରାଜ୍ୟରେ ଦୁର୍ଘଟଣାରେ ୫,୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକି ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢ଼ିଥିବା ଜଣାପଡ଼ିଛି ।
କେଉଁ କାରଣ ପାଇଁ ଏତେବଡ ଦୁର୍ଘଟଣା ଘଟିଲା ? ଘଟଣାସ୍ଥଳରେ ପହଞ୍ଚି ରେଲୱେ ସେଫଟି କମିଶନରଙ୍କ ତଦନ୍ତ ...ଟ୍ରାକରୁ ବଗି ଉଠିବା ପରେ ଯାଞ୍ଚ କରୁଛନ୍ତି ସେଫ୍ଟି କମିଶନର....
ଆନ୍ଧ୍ର ଟ୍ରେନ ଟ୍ରାଜେଡି ପଛର ପ୍ରକତ କାରଣ କ’ଣ ? କାହିଁକି ଘଟିଗଲା ଏତେବଡ଼ ଦୁର୍ଘଟଣା । ମନୁଷ୍ୟକୃତ ତ୍ରୁଟି ବା ସିଗ୍ନାଲ ଓଭରସୁଟିଂ ଯୋଗୁ ଏ ଦୁର୍ଘଟଣା ଘଟିଛି ବୋଲି ରେଲୱେ ପକ୍ଷରୁ ସଫେଇ ଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି କମିଶନ ଅଫ୍ ରେଲୱେ ସେଫ୍ଟି ..
ବାହାନଗାର ଛାତିଥରା ଟ୍ରେନ୍ ଟ୍ରାଜେଡି ଚିତ୍ର ଆଖିରୁ ଲିଭିନି, ଗତକାଲି ସନ୍ଧ୍ୟାରେ ପୁଣି ଘଟିଛି ଏକ ଭୟାନକ ଟ୍ରେନ୍ ଦୁର୍ଘଟଣା। ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟରେ ପଲାସା ପାସେଞ୍ଜରକୁ ରାୟଗଡା ପାସେଞ୍ଜର ଟ୍ରେନ୍ ପଛ ପଟୁ ଧକ୍କା ଦେଇଥିଲା। ଯେଉଁଥିରେ ୧୩ଜଣଙ୍କ ପ୍ରାଣ ଯାଇଛି..
ଦ୍ରୁତ ଉଦ୍ଧାର ଓ ପୁନରୁଦ୍ଧାର ପାଇଁ ବଞ୍ଚିଗଲା ବହୁ ଜୀବନ । ଅପରାହ୍ନରେ ସ୍ବାଭାବିକ ହେଲା ଟ୍ରାକ୍ ।
ସିଗନାଲ ଓଭରସୁଟିଂରୁ ଟ୍ରେନକୁ ଟ୍ରେନ୍ ପିଟିଥିବା ସୂଚନା । ଆଲମଣ୍ଡାରେ ରେଲୱେ ସେଫଟି କମିଶନରଙ୍କ ତନାଘନା ।
ପିଲାଛୁଆ ଧରି ଷ୍ଟେସନରେ ଅଖିଆ ଅପିଆ ରାତି କାଟିଲେ ପାସେଞ୍ଜର ।
ସିଗ୍ନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍ୱେ ।
ଗତ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କାର୍ ମାଡ଼ିଯିବାରୁ ଜଣେ ବୃଦ୍ଧା ମହିଳାଙ୍କ ସମେତ ନାତୁଣୀର ମୃତ୍ୟୁ ହୋଇଛି ।
ରେଳ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି ।
ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ରେ ହୋଇଥିବା ବଡ଼ ଧରଣର ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରମୁଖ ରାଜନେତା ଶୋକ ପ୍ରକାଶ କରିଛନ୍ତି ।
ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ?
ଦୁଇଟି ପାସେଞ୍ଜର ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।
ଟ୍ରେନ୍ ଦୁର୍ଘଟଣା ଯୋଗୁ ୩୯ଟି ଟ୍ରେନ୍କୁ ରେଳ ବିଭାଗ ପକ୍ଷରୁ ବାତିଲ୍ କରାଯାଇଛି । ଏହାସହ ୨୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ ଓ ୧୧ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି ।
ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପୂର୍ବରୁ ପିଏମ୍ଓ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । ତେବେ ମୋଟ୍ ମୃତକଙ୍କ ପରିବାରୁ କେନ୍ଦ୍ର ସରକାର ୧୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ପିଏମ୍ଓ ଘୋଷଣା କରିଛି । ସେହିପରି ଆହତଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଟ୍ରେନ୍ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ଥିବା କହିଛନ୍ତି ରେଳମନ୍ତ୍ରୀ ।
ଦୁର୍ଘଟଣାସ୍ଥଳରେ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଦଳ ମଧ୍ୟ ଯାଇଛି ।
ଆଜି ସଂଧ୍ୟା ପରେ ପରେ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିବା ଖବର ମିଳିଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ଧକ୍କା ଦେଇଥିବା ଜଣାପଡ଼ିଛି ।