/odishatv-khabar/media/post_attachments/uploadimage/library/16_9/16_9_0/Accident_1706081507.jpg)
Accident
ଘାଟିରେ ଓଲଟି ପଡ଼ିଲା ଯାତ୍ରା ପାର୍ଟି ଟ୍ରକ । ମୟୂରଭଂଜ ବାଙ୍ଗିରିପୋଷି ଘାଟିରେ ଘଟିଛି ଦୁର୍ଘଟଣା । ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଯାଉଥିବା ଏକ ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ ଟ୍ରକଟି ମୟୂରଭଞ୍ଜ ରାଇରଙ୍ଗପୁରରୁ ବାଲେଶ୍ୱରର ଜଳେଶ୍ୱର ଅଭିମୁଖେ ଯାଉଥିଲା । ଗାଡ଼ିରେ ଲାଇଟ୍ ସରଞ୍ଜାମ ନେଇ କର୍ମଚାରୀମାନେ ଥିଲେ । ତେବେ ଦୁର୍ଘଟଣା କେମିତି ହେଲା ସେ ସମ୍ପର୍କରେ ସୂଚନା ମିଳିପାରିନି । ଗ୍ରାମବାସୀ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାରକର୍ଯ୍ୟ ଜାରି ରହିଛି ।
#ଘାଟିରୁ_ଓଲଟିଲା_ଯାତ୍ରାପାର୍ଟି_ଟ୍ରକ
ମୟୂରଭଞ୍ଜ ବାଙ୍ଗିରିପୋଷି ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଯାଉଥିବା ଏକ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଛି। #Odisha#Baripada#Accident#OTVpic.twitter.com/iFvhS7ZtjT— ଓଟିଭି (@otvkhabar) January 24, 2024
ଆହତମାନଙ୍କୁ ବାରିପଦା ଡାକ୍ତରଖାନାକୁ ପଠା ଯାଉଥିବା ସୂଚନା । ଧଉଳି ଗଣନାଟ୍ୟର ଟ୍ରକ ଓଲଟି ଯାଇଥିବା ଜଣା ପଡ଼ିଛି । ଉଦ୍ଧାରକାର୍ଯ୍ୟରେ ବାଙ୍ଗିରିପୋଷି ଦମକଳ କେନ୍ଦ୍ର ନିୟୋଜିତ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣଙ୍କୁ ଉଦ୍ଧାର କରାଯାଇ ସରିଛି । ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘାଟିରେ ଥିବା ଟର୍ଣ୍ଣିଂରେ ଗାଡ଼ିଟି ଭାରସାମ୍ୟ ହରାଇ ତଳକୁ ଖସି ଯାଇଥାଏ ପାରେ ବୋଲି ସୂଚନ ମିଳୁଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ହିସାବରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଆପାତତଃ ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । କିନ୍ତୁ ସମ୍ପୂର୍ଣ୍ଣ ସରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)