/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705299149.jpg)
Manja slits
ମାଞ୍ଜା ସୂତା ନେଲା ଯବାନଙ୍କ ଜୀବନ । ସରକାରଙ୍କ ବାରମ୍ବାର କଟକଣା ସତ୍ତ୍ୱେ ମାଞ୍ଜା ସୂତାର ବ୍ୟବହାର ଦ୍ୱାରା ଜଣେ ଯବାନଙ୍କ ଜୀବନ ଯାଇଛି । ମିଲିଟାରୀ ହସ୍ପିଟାଲରେ ନିଜର ଡ୍ୟୁଟି କରିବାକୁ ଯିବା ବେଳେ ଏହି ଅଘଟଣ ଘଟିଛି ।
ସୂଚନା ଅନୁସାରେ ୨୯ ବର୍ଷିୟ ଯବାନ ନାୟକ କେ. କୋଟେଶ୍ୱରା ରେଡ୍ଡୀ ସଂଧ୍ୟା ୬ଟା ସମୟରେ ହାଇଦ୍ରାବାଦ ଗୋଲକୋଣ୍ଡାର ମିଲିଟାରୀ ହସ୍ପିଟାଲକୁ ବାଇକ୍ ଯୋଗେ ଯାଉଥିଲେ । ସେହି ସମୟରେ ହଠାତ୍ ତାଙ୍କ ଗଳାରେ ମାଞ୍ଜା ସୂତା ଲାଗି ଯାଇଥିଲା । ଫଳରେ ସେ ତଳେ ପଡ଼ିଯିବା ସହ ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା ।
ତାଙ୍କ ନିକଟରେ ଥିବା ଜଣେ ବନ୍ଧୁ ତାଙ୍କୁ ଉଦ୍ଧାରକରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ମୃତ ଯବାନଙ୍କ ପତ୍ନୀ ପ୍ରତିକ୍ରିୟା ରଖିଛନ୍ତି ।
ପତ୍ନୀ କେ. ପ୍ରତ୍ୟୁଷା କହିଛନ୍ତି, ସେ ସଂଧ୍ୟା ୬ଟାରେ ଘରୁ ବାହାରିଥିଲେ । ବାଇକ୍ରେ ଯିବା ସମୟରେ ଏହି ଅଘଟଣ ଘଟିଥିଲା । ତାଙ୍କୁ ତାଙ୍କ ବନ୍ଧୁ ବହୁ କଷ୍ଟରେ ଡାକ୍ତରଖାନାରେ ପହଞ୍ଚାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି ।
ଶବ ବ୍ୟବଚ୍ଛେଦ ପରେ ରେଡ୍ଡୀଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ତାଙ୍କର ଅନ୍ତିମ ସଂସ୍କାର ପାଇଁ ଜନ୍ମସ୍ଥାନ ବିଶାଖାପାଟନମକୁ ନିଆଯାଇଛି । ସେପଟେ ଏହି ଘଟଣାରେ ପୋଲିସ ତଦନ୍ତ କରିବା ସହିତ ମାଞ୍ଜା ସୂତାରେ ଗୁଡ଼ି ଉଡାଉଥିବା ଅଜ୍ଞାତ ବ୍ୟକ୍ତିକୁ ଧରିବାକୁ ଚେଷ୍ଟା କରୁଛି । ଏକ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)