/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706250051.jpg)
Road Accident
ପିକଅପ୍ ଭ୍ୟାନକୁ ସାମ୍ନା ପଟୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ୫୯ନଂ ଜାତୀୟ ରାଜପଥ ଖଡ଼ଭାଗ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍ ଧକ୍କାରେ ପିକଅପ୍ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣାରେ ବସ୍ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Advertisment
ସୂଚନା ଅନୁସାରେ ସୋରଡାରୁ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ବସ୍ ମା’ ଟ୍ରାଭଲର୍ସ OR12B 5027 ସହ ଆସିକା ଅଭିମୁଖେ ଅସୁଥିବା ମେକ୍ସ ପିକଅପ ଭେନ ନଂ OR07W 5125 ଧକ୍କା ହୋଇଥିଲା । ଜାତୀୟ ରାଜପଥ ୫୯ ଖଡଭାଗ ଠାରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି ।
ତାହାସହ ସଙ୍ଗେ ସଙ୍ଗେ ଚାରିଜଣ ଆହତ ହୋଇ ଆସିକା ଉପଖଣ୍ଡ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)