• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ରିକେଟ ବଲ୍ ବାଜି କ୍ରିକେଟରଙ୍କ ମୃତ୍ୟୁ । ମୁମ୍ବାଇରେ କ୍ରିକେଟ ଖେଳ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାୱାଲା । ବିଡ଼ମ୍ବନାର କଥା ହେଲା ଜୟେଶ ଫିଲଡିଂ କରୁଥିବା ବେଳେ ଅନ୍ୟ ଏକ ମ୍ୟାଚର ବଲ୍ ଆସି ତାଙ୍କ ମୁଣ୍ଡରେ ବାଜିଥିଲା ।

ସୂଚନାନୁଯାୟୀ ଦାଦର ପାର୍ସିଂ କଲୋନି ସ୍ପୋର୍ଟିଂ କ୍ଲବ ଗ୍ରାଉଣ୍ଡରେ ଏହି ଅଘଟଣ ଘଟିଛି । ଏଠାରେ ଚାଲିଥିଲା ଟି-ଟ୍ୱେଣ୍ଟିର କୁଚ୍ଚି ଭିସା ଅସୱାଲ ବିକାଶ ଲିଜେଣ୍ଡ କପ୍ । ଏହି ଟୁର୍ଣ୍ଣାମେଣ୍ଟ ଖେଳନ୍ତି କେବଳ ୫୦ ବର୍ଷରୁ ଅଧିକ ବୟସର ଲୋକ । ଗ୍ରାଉଣ୍ଡରେ ଦୁଇଟି ମ୍ୟାଚ ଚାଲିଥିଲା । ଜୟେଶ ଗୋଟିଏ ମ୍ୟାଚର ଫିଲଡିଂ କରୁଥିବା ବେଳେ ପାଖରେ ଖେଳାଯାଉଥିବା ଅନ୍ୟ ମ୍ୟାଚର ବଲ୍ ତାଙ୍କ କାନମୁଣ୍ଡାରେ ବାଜିଥିଲା । ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ପୋଷ୍ଟମର୍ଟମ ରିପୋର୍ଟରୁ ମଧ୍ୟ ସେମିତି କିଛି ସନ୍ଦେହଜନକ ତଥ୍ୟ ମିଳିନାହିଁ । ତେଣୁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ପୋଲିସ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଉଲ୍ଲେଖ କରି ରିପୋର୍ଟ ଫାଇଲ୍‌ କରିଛି । ଶବ ବ୍ୟବଚ୍ଛେଦ କରାଯିବା ପରେ ଏହା ହତ୍ୟାକାଣ୍ଡ ନୁହେଁ ବୋଲି ସ୍ପଷ୍ଟ ହୋଇଛି ।

ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଜଣେ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ଫିଲ୍ଡ ଉପରେ ମୁଣ୍ତରେ ବଲ୍‌ ବାଜିବା କାରଣରୁ ଟଳିପଡ଼ିଥିଲେ । ସିଡନୀରେ ଖେଳାଯାଉଥିବା ଏକ ଘରୋଇ ମ୍ୟାଚ୍‌ରେ ଖେଳୁଥିବା ସମୟରେ ଆହତ ହୋଇଥିଲେ ଫିଲିପ୍‌ ହ୍ୟୁଗ୍ସ । ଏହି ଆହତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।