/odishatv-khabar/media/post_attachments/uploadimage/library/16_9/16_9_0/Accident_1706266667.jpg)
Accident
ଦୁର୍ଘଟଣାରେ ୩ ମୃତ, ୧୩ ଗୁରୁତର। କୋରାପୁଟ ବୋରିଗୁମ୍ମା ବିଜାପୁର ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଅଟୋକୁ ଦୃତଗତିରେ ଆସୁଥିବା ସ୍କର୍ପିଓ ପଛପଟୁ ଧକ୍କା ଦେଇଛି। ଯାହାଦ୍ୱାରା ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଛି, ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି।
Advertisment
ଅନ୍ୟପକ୍ଷରେ ଅଟୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଗୁରୁତର ଆହତଙ୍କୁ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୯ ଜଣଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଘଟଣାସ୍ଥଳରେ ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)