/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705209376.jpg)
Fire Mishap
ଉତ୍ତର ଆଟ୍ଲାଣ୍ଟିକ୍ରେ ଭୟଙ୍କର ଅଗ୍ନିକାଣ୍ଡ । ୩ଟି ଅଏଲ ଟାଙ୍କର, ଟ୍ରାକ୍ଟର ଏବଂ ଟ୍ରଲରରେ ନିଆଁ ଲାଗିବା ପରେ ଏକ ବିରାଟ ବିସ୍ଫରୋଣ ଘଟିଛି । ଏହାସହ ଦୀର୍ଘ ସମୟ ଧରି ଜଳିଥିଲା ନିଆଁ । ଶନିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା । ଖବର ପାଇ ଫାୟାର ଫାଇଟର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଏତେ ସହଜରେ ନିଆଁ ଲିଭିନଥିଲା।
/odishatv-khabar/media/post_attachments/indiatoday/styles/medium_crop_simple/public/2024-01/gdwotonwyaaonj-.jpg)
ଗୋଟିଏ ପରେ ଗୋଟିଏ ଟାଙ୍କରରେ ନିଆଁ ଲାଗିବା ପରେ ନିଆଁର ମାତ୍ର ଅଧିକ ହୋଇଥିଲା। ଆଉ ତାକୁ ଆୟତ୍ତ କରିବା କଷ୍ଟସାଧ୍ୟ ଥିଲା ବୋଲି ନିଆଁ ଲିଭା କର୍ମଚାରୀମାନେ କହିଥିଲେ । ପୁରା ଅଞ୍ଚଳ ଧୁଆଁ ମୟ ହୋଇଯାଇଥିଲା ।
/odishatv-khabar/media/post_attachments/indiatoday/styles/medium_crop_simple/public/2024-01/gdwotonwsaak1zm.jpg)
ଫାୟର ଡିପାର୍ଟମେଣ୍ଟ ପକ୍ଷରୁ ଏନେଇ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି । ଫଟୋ ଓ ଭିଡିଓକୁ ଦେଖିଲେ ଯେକେହି ବି ଅନୁମାନ କରିପାରିବେ, ନିଆଁ ପ୍ରକୋପ କେତେ ଭୟଙ୍କର ଥିଲା ।
ପ୍ରଥମେ ଉତ୍ତର ଆଟ୍ଲାଣ୍ଟିକ୍ ସର୍ଭିସରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ପରେ ଧିରେ ଧିରେ ଏହା ବ୍ୟାପିଥିଲା। ୬ରୁ ଅଧିକ ଦମକଳ ବାହିନୀ ଏହି ନିଆଁ ଲିଭା କାର୍ଯ୍ୟରେ ଯୋଗଦେଇଥିଲେ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)