• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସେଲିବ୍ରେଟ କରୁଥିଲେ ସିଲଭର ଜୁବୁଲି । କିନ୍ତୁ ଛକି ରହିଥିଲା ମୃତ୍ୟୁ । ନିଜ କମ୍ପାନୀର ସିଲିଭର ଜୁବୁଲି ସେଲିବ୍ରେଟ କରୁ କରୁ ମାଡ଼ି ଆସିଲା ମୃତ୍ୟୁ ଆଉ ଚାଲିଗଲା ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ହାଇଦ୍ରାବାଦରେ । ଏକ ଘରୋଇ କମ୍ପାନୀର ସିଇଓ ନିଜ କମ୍ପାନୀ ସିଲିଭର ଜୁବୁଲି ସେଲିବ୍ରେଟ କରୁ କରୁ ମୃତ୍ୟୁ ବରଣ କରିଛନ୍ତି ।

ଗତ ଶୁକ୍ରବାର ଦିନ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଚାଲିଥିଲା ଉତ୍ସବ । ଏହି ସମୟରେ ସିଇଓ ଏବଂ ତାଙ୍କର ସହଯୋଗୀ ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଛନ୍ତି । କମ୍ପାନୀର ସିଲଭର ଜୁବୁଲିରେ ସିଇଓ ସଞ୍ଜୟ ଶାହା ଏବଂ ତାଙ୍କ ସହଯୋଗୀ ରାଜୁ ଦତ୍ତଲା ଏକ ଲୁହାର ବାକ୍ସ ଭିତରେ ପଶିଥିଲେ । ବାକ୍ସଟି ଲୁହା ଓ କାଠରେ ତିଆରି ହୋଇଥିଲା ।

ଏକ ୬ ମିଲିମିଟର କେବୁଲ ମାଧ୍ୟମରେ ପ୍ରାୟ ୨୫ ଫୁଟ ଉଚ୍ଚରେ ଏହି ବାକ୍ସଟିକୁ ଝୁଲା ଯାଇଥିଲା । ତଳକୁ ଖସାଇବା ସମୟରେ ହିଁ ଏହି ବାକ୍ସକୁ ଖସି ପଡ଼ିଥିଲେ ଉଭୟ । କେବୁଲଟି ଗୋଟିଏ ପାର୍ଶ୍ୱରୁ ଭାଙ୍ଗି ଯାଇଥିଲା ଫଳରେ ଉଭୟ ତଳେଥିବା କଂକ୍ରିଟ ମଞ୍ଚ ଉପରେ ଖସି ପଡିଥିଲେ ।

ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ, ସିଇଓ ସଞ୍ଜୟ ଶାହାଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ତାଙ୍କର ସହଯୋଗୀ ରାଜୁ ଦତ୍ତଲାଙ୍କ ଅବସ୍ଥା ଗୁରୁତର ରହିଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ପ୍ରାୟ ୭୦୦ କର୍ମଚାରୀ ଉପସ୍ଥିତ ଥିଲେ । କମ୍ପାନୀର ରୌପ୍ୟ ଜୟନ୍ତୀ ସମାରୋହରେ ସଞ୍ଜୟଙ୍କ ପୁରା ପରିବାର ମଧ୍ୟ ଉପସ୍ଥିତ ଥିଲେ ।

ସଞ୍ଜୟ ଶାହାଙ୍କ ଗୋଡ ଏବଂ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ରାଜୁଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଅନ୍ୟପଟେ ଭାରତୀୟ ପେନାଲ କୋଡ (ଆଇପିସି)ର ଧାରା ୩୦୪ (କ), ୩୩୬, ୨୮୭ r / w ଏବଂ ୩୪ ଅନୁଯାୟୀ ରାମୋଜି ଫିଲ୍ମ ସିଟି ଇଭେଣ୍ଟ ମ୍ୟାନେଜମେଣ୍ଟ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏନେଇ ଘଟଣାର ଅଧିକ ତଦନ୍ତ ଚାଲିଛି ।