/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705823855.jpg)
Plane Crashes
ଏକ ଯାତ୍ରୀବାହୀ ବିମାନ ଉତ୍ତର-ପୂର୍ବ ଆଫଗାନିସ୍ତାନରେ ଦୁର୍ଘଟଣା ହୋଇଛି । ଏକ ପର୍ବତରେ ପିଟି ହେବା ଫଳରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ବିମାନଟି ଚୀନ୍, ତାଜିକିସ୍ତାନ ଏବଂ ପାକିସ୍ଥାନ ସୀମାବର୍ତ୍ତୀ ବାଦଖଶାନ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କିନ୍ତୁ ଦୁର୍ଘଟଣାର ପ୍ରକୃତ ସ୍ଥାନ କେଉଁଠାରେ ତାହା ସଠିକ୍ ଭାବେ ଜଣାପଡ଼ିନାହିଁ । ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କରିବାକୁ ଉଦ୍ୟମ କରାଯାଉଛି ।
ଘଟଣାସ୍ଥଳକୁ ଉଦ୍ଧାରକାରୀ ଟିମ୍ ପଠାଯାଇଛି । ଏନେଇ ଆଫଗାନିସ୍ତାନ ସରକାର ସୂଚନା ଦେଇଛନ୍ତି । ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । ଏନେଇ ପ୍ରାଦେଶିକ ସୂଚନା ବିଭାଗର ମୁଖ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ଦୁର୍ଘଟଣାସ୍ଥଳ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଆମେ ଉଦ୍ଧାରକାରୀ ଦଳ ପଠାଇଛୁ କିନ୍ତୁ ସେମାନେ ଏପର୍ଯ୍ୟନ୍ତ ପହଞ୍ଚି ନାହାଁନ୍ତି ।
ଏନେଇ ସକାଳେ ଆମେ ସୂଚନା ପାଇଥିଲୁ । ଆଫଗାନିସ୍ତାନର ସର୍ବୋଚ୍ଚ ପର୍ବତ ନୋଶାକରେ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)