• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁର୍ଘଟଣା ଘଟାଇଥିବା ‘ମୋ ବସ’କୁ ଅଟକ ରଖିଲେ ସ୍ଥାନୀୟ ଲୋକେ । କଟକରୁ ଭୁବନେଶ୍ୱର ଯିବା ବେଳେ ବାରଙ୍ଗ ଛକ ନିକଟରେ ଏକ ‘ମୋ ବସ୍‌’ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର କ୍ଷତିଗ୍ରସ୍ତ ହୋଇଛି । ‘ମୋ ବସ୍‌’ ଚାଳକ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ବସକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବାରଙ୍ଗ ପୋଲିସ ଉଭୟ କାର ଓ ବସକୁ ଥାନାକୁ ଆଣି ଘଟଣାର ତଦନ୍ତ କରୁଛି ।

ପୂର୍ବରୁ ‘ମୋ ବସ୍‌’ର ୟାତାୟାତକୁ ନେଇ ଅନେକ ଅଭିଯୋଗ ହୋଇସାରିଛି । ଡ୍ରାଇଭର ମାନଙ୍କ ବେପରୁଆ ବସ୍‌ ଚାଳନା ଯୋଗୁଁ ଅନେକ ଥର ଦୁର୍ଘଟଣା ହେଲାଣି । ଏପରିକି ଲୋକଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଖାଲି ଏତିକି ଯେ ତାହାନୁହେଁ, ମୋବସ୍‌ରୁ ଲୁଟ୍‌ ହେଉଥିବା ମଧ୍ୟ ବହୁବାର ଅଭିଯୋଗ ହୋଇଛି ।