• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆକାଶରେ ଉଡ଼ୁଛି ବିମାନ । କିନ୍ତୁ ହଠାତ ଲାଗିଗଲା ନିଆଁ । ବିମାନରେ ମଝି ଆକାଶରେ ଥିବା ବେଳେ ହିଁ ଲାଗିଲା ନିଆଁ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏକ ଅଭାବନୀୟ ଘଟଣା କ୍ରମରେ ବିମାନ ଉଡ଼ୁଥିବା ବେଳେ ହିଁ ଲାଗି ଯାଇଛି ନିଆଁ ।

ଆଟଲାସ୍ ଏୟାର ବୋଇଂ ୭୪୭-୮ କାର୍ଗୋ ବିମାନଟି ଆକାଶରେ ଉଡ଼ାଣ ଭରିବା ସମୟରେ ହିଁ ଏପରି ବଡ଼ ଧରଣ ଅଘଟଣ ଦେଖିବାକୁ ମିଳିଥିଲା । ଫଳରେ ବିମାନଟିକୁ ଆମେରିକାସ୍ଥିତ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା । ଇଞ୍ଜିନରେ ବଡ଼ ଧରଣର ତ୍ରୁଟି କାରଣରୁ ଏପରି ହୋଇଥିବା ସୂଚନା ।

ଏନେଇ କମ୍ପାନୀ ତରଫରୁ କୁହାଯାଇଛି ଯେ, ସମସ୍ତ କର୍ମଚାରୀମାନେ ନିରାପଦ ମାନକ ପ୍ରଣାଳୀ ଅନୁସରଣ କରିଥିଲେ । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା । ସମସ୍ତ ଯାତ୍ରୀ ନିରାପଦ ଥିବା ସୂଚନା । ଭିଡିଓଟିରେ ବିମାନର ବାମପଟରେ ନିଆଁ ଲାଗିଥିବାର ଦେଖାଯାଇଥିଲା ।

ତେବେ ଏପରି କାହିଁକି ଘଟିଲା ସେନେଇ କାର୍ଗୋ କମ୍ପାନୀ ଯାଞ୍ଚ କରିବ ବୋଲି କହିଛି । ଅନ୍ୟପଟେ ସମ୍ପୃକ୍ତ ବିମାନଟି ଏକ ବୋଇଂ ୭୪୭-୮ ଥିଲା । ଏହାର ଚାରୋଟି ଜେନେରାଲ ଇଲେକ୍ଟ୍ରିକ୍ GEnx ଇଞ୍ଜିନ ରହିଥାଏ । ଏଣୁ ଇଞ୍ଜିନରେ ହିଁ କିଛି ତ୍ରୁଟି ରହିଥାଇପାରେ ବୋଲି ସାଧାରଣ ଭାବେ ଧରି ନିଆ ଯାଇଛି ।

ତେବେ ସମସ୍ତ ଯାତ୍ରୀ ସୁରକ୍ଷତ ଥିବା ଜଣା ପଡ଼ିଛି । ଅନ୍ୟପଟରେ ବିମାନରେ କେତେଜଣ କର୍ମଚାରୀ ଥିଲେ, ତାହାର କୌଣସି ସଠିକ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।