ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।
ବ୍ରହ୍ମପୁର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ ଓ ତେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ।
ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।
ଭଞ୍ଜନଗର ବଡ଼ଗଡ଼ ଥାନା ଗୋକୁଳପୁର, କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ବି ଜୀବନ ନେଇଛି ବଜ୍ରପାତ। ତେବେ ସମ୍ବଲପୁର ଶାସନ ଥାନା ଡବଲା ଗାଁରେ ଏବଂ ଭଦ୍ରକ ବାସୁଦେବପୁର ଚୂଡ଼ାମଣି ଗାଁରେ ବଜ୍ରାଘାତରେ ୨ ଗୁରୁତର ହୋଇପଡ଼ିଛନ୍ତି।
ମେଡିସିନ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ।
ଅମ୍ବରନାଥରେ ଭୟଙ୍କର ଦୃଶ୍ୟ । କାର୍କୁ ପିଟିଲା କାର୍ । ତଥାପି ମନ ବୁଝିଲାନି ଯେ, ପଛକୁ ଫେରି ପୁଣି ଥରେ ଠେଲି ନେଲା । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ଆହତ ହୋଇଛନ୍ତି ।
ଆଜି ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।
ପଞ୍ଜାବ-ହିମାଚଳ ସୀମାରେ ବନ୍ୟା ପାଣିରେ ଭାସିଗଲା କାର । ଗୋଟିଏ ପରିବାରର ୯ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣକୁ ଜୀବନ୍ତ ଉଦ୍ଧାର କରାଯାଇଛି ।
ମନ୍ଦିରରେ ଘଟିଲା ବଡ଼ ଅଘଟଣ । ଚାଲିଗଲା ଜୀବନ । ମହାଦେବଙ୍କୁ ଜଳଲାଗି ହେଲା ଜୀବନର ଶେଷଯାତ୍ରା । ଏମିତି ଦୁଃଖ ଘଟଣା ଘଟିଛି ବିହାର ଜେହନାବାଦ ଜିଲ୍ଲାର ଏକ ସିଦ୍ଧେଶ୍ୱର ମନ୍ଦିରରେ ।
ବୋଏପାସ୍ ATR-72 ବିମାନଟି ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିଲା। ଏଥିରେ ମୋଟ୍ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ହଠାତ୍ ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
କଟକ ଏସ୍ସିବି ସଂପ୍ରସାରଣ କାମ ବେଳେ ଘଟିଲା ବଡ଼ ଅଘଟଣ । ଏସ୍ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡ଼ିଲା ନେଇ ସୂଚନା ।
ଶ୍ରାବଣ ସୋମବାରରେ ବଡ଼ ଅଘଟଣ। ମହାଦେବଙ୍କୁ ଜଳାଭିଷେକ ପୂର୍ବରୁ ଚାଲିଗଲା ୯ କାଉଡିଆଙ୍କ ଜୀବନ। ବିତ୍ୟୁତ ତାର ସଂସ୍ପର୍ଶରେ ଆସି ୯ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି।
ସ୍କୁଲ ଯିବା ବେଳେ ୩ ଜଣଙ୍କୁ ଚାପି ଦେଇ ପଳାଇଲା ଟ୍ରକ। କେନ୍ଦୁଝର ଯୋଡା ଥାନା DAV ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଡିଏଭି ସ୍କୁଲର ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ହୋଇଛି।
କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟର ୭ ଦିନ ପରେ ବି ସରୁନି ଜୀବନ ଖୋଜା।ମାଟି ତଳୁ ମଣିଷ ଖୋଜିବା ପାଇଁ ସ୍ବତନ୍ତ୍ର ଡ୍ରୋନ୍ ରାଡାର୍ ଆସିଥିଲେ ବି ତାହା ଫେଲ୍ ମାରୁଛି। ତଥାପି ମନୋବଳ ହରାଇନାହାନ୍ତି ଉଦ୍ଧାରକାରୀ ଟିମ୍।
କଟକ ମହାନଦୀରେ ଭାସିଗଲେ କାଉଡ଼ିଆ। କଟକ ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ଭାସିଯାଇ କାଉଡ଼ିଆ ନିଖୋଜ।
ଆତ୍ମହତ୍ୟାର ହଟସ୍ପଟ୍ ପାଲଟିଛି କି କଟକ ? କାଠଯୋଡ଼ି ଓ ମହାନଦୀ ଉପରେ ନିର୍ମିତ ସେତୁ ପାଲଟିଛି ସୁଇସାଇଡ୍ ପଏଣ୍ଟ ।
ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍ ଓ ଶାହପୁର ପୋଲିସ । ଧ୍ବଂସାବଶେଷକୁ ସଫା କରାଯାଇଛି। ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ।
ହୁତୁହୁତୁ ହୋଇ ଜଳିଗଲା ଟ୍ରେନ୍। କୋରବା-ବିଶାଖାପଟ୍ଟନମ୍ ଏକ୍ସପ୍ରେସରେ ଲାଗିଲା ନିଆଁ। ବିଶାଖାପଟ୍ଟନମ୍ ରେଳ ଷ୍ଟେସନର ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ତିନୋଟି ଏସି କୋଚରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର ମୃତାହତ ନେଇ ସୂଚନା ମିଳିନି।
ଷଣ୍ଢକୁ ବଞ୍ଚାଇବାକୁ ଯାଇ ସ୍କୁଟି-କାର୍ ଦୁର୍ଘଟଣାଗ୍ରସ୍ତ l ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ। ଚାହୁଁ ଚାହୁଁ କାର ହୁତୁ ହୁତୁ ହୋଇ ଜଳିଗଲା। ତେବେ ସୌଭାଗ୍ୟବଶତଃ କାରରେ ଥିବା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି।
କେରଳ ମହାବିପର୍ଯ୍ୟୟକୁ ବିତିଗଲାଣି ଚାରି ଦିନ । କେମିତି ଅଛି କାଳରୂପୀ ଭୂସ୍ଖଳନରେ ବିଧ୍ବସ୍ତ ୱାୟନାଡ଼ ଜିଲ୍ଲା । ଜାଣିବାକୁ ଗ୍ରାଉଣ୍ଡ ଜିରୋକୁ ଯାଇଛି ଓଟିଭି ଟିମ୍ ।
କେରଳରୁ ଓଡ଼ିଶା ଆସୁଛି ଓଡ଼ିଆ ଡାକ୍ତର ବିଷ୍ଣୁଙ୍କ ମରଶରୀର । ଜନ୍ମମାଟି ପୁରୀ ଜିଲ୍ଲା ଗୋପରେ ହେବ ଡାକ୍ତର ବିଷ୍ଣୁଙ୍କ ଶେଷକୃତ୍ୟ । ମେପ୍ପାଡ଼ିରେ ଚିକିତ୍ସାଧୀନ ପତ୍ନୀ ପ୍ରିୟଦର୍ଶିନୀ ଓ ବାନ୍ଧବୀ ସ୍ବୀକୃତି । ସାଙ୍ଗରେ ଯାଇଥିବା ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମିଳୁନି ପତ୍ତା ।
ପୁଅ କଥା ଦେଇଥିଲା। ବୋଉ ଲୋ…କାମ ଅଛି ଟିକେ ଟାଟା ଯାଉଛି। ହେବ ଯଦି ସଞ୍ଜ ବେଳେ ଫେରିବି। ହେଲେ ରାତିରେ ଫୋନ କଲା, ଆଜି ନୁହେଁ କାଲି ଫେରିବି। କିନ୍ତୁ କିଏ ଜାଣିଥିଲା କଥା ଦେଇଥିବା ପୁଅ ଏମିତି ଠକିଦେବ ବୋଲି। କିଏ ଜାଣିଥିଲା, ତାର ସେ ଫୋନ କଲ୍ ଜୀବନର ଶେଷ ଫୋନକଲ ହେଇଯିବ ବୋଲି !
କେରଳରେ ପ୍ରକୃତିର ତାଣ୍ଡବ। ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪୭ ଜଣଙ୍କର ମୃତଦେହ ଉଦ୍ଧାର ହେଲାଣି। ନିଖୋଜ ଅଛନ୍ତି ଶତାଧିକ। ଅନେକ ମାଟି ଅତଡା ତଳେ ଚାପି ହୋଇ ରହିଛନ୍ତି। ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ଭୂସ୍ଖଳନ ବିପର୍ଯ୍ୟୟ ପରେ ଯ଼ୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ।
କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜ । କଟକ ଚୌଦ୍ୱାର ହାଉସିଂ ବୋର୍ଡ ବାସିନ୍ଦା ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରା ଏବଂ ତାଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ପତ୍ତା ମିଳୁନି ।