• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଉତ୍ତର ପ୍ରଦେଶର ଆଗ୍ରାରେ ଭାରତୀୟ ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ କ୍ରାସ୍‌ ।  ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି । ଆଗ୍ରାର ସୋନଗା ଗାଁରେ ଥିବା ଗୋଟିଏ ଖୋଲା ପଡ଼ିଆରେ ବିମାନଟି ଖସିବା ପରେ ହୁତହୁତ ହୋଇ ଜଳିବାକୁ ଲାଗିଥିଲା । 

ତେବେ ବିମାନରେ ଥିବା ପାଇଲଟ ଜଣଙ୍କ ଏଥିରୁ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଛନ୍ତି । ବିମାନଟି ଜଳୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ମିଗ୍ -୨୯ର ପାଇଲଟ୍ ପାରାଚ୍ୟୁଟ ଯୋଗେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । 

ଅଧିକ ପଢ଼ନ୍ତୁ: Uttarakhand Bus Accident Updates: ଉତ୍ତରାଖଣ୍ଡ ବସ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା, ଖୋଜାଚାଲିଛି ମୃତଦେହ

ତେବେ କେଉଁ ପରିସ୍ଥିତିରେ ଯୁଦ୍ଧ ବିମାନ କ୍ରାସ୍‌ ହେଲା, ତାହା ସ୍ପଷ୍ଟ ହୋଇନି। ଏୟାରଫୋର୍ସ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯୁଦ୍ଧ ବିମାନଟି ଆଜି ମଧ୍ୟାହ୍ନ ସମୟରେ ପଞ୍ଜାବ ଆଦମପୁରରୁ ଉଡ଼ାଣ ଭରିଥିଲା । ଏହା ନିୟମିତ ଅଭ୍ୟାସ ପାଇଁ ଆଗ୍ରା ଆସୁଥିବା ବେଳେ ଗନ୍ତବ୍ୟ ସ୍ଥଳର କିଛି କିମି ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି । 

ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୌଣସି ମିଗ -୨୯ ବିମାନ କ୍ରାସ୍‌ ହୋଇଛି। ସେପ୍ଟେମ୍ବର ମାସରେ ରାଜସ୍ଥାନର ବାରମେରରେ ମିଗ ୨୯ ବିମାନ କ୍ରାସ୍‌ ହୋଇଥିଲା । 

ଅଧିକ ପଢ଼ନ୍ତୁ: Accident: କୁହୁଡ଼ି ଯୋଗୁଁ ଦେଖି ପାରିଲେନି ଡ୍ରାଇଭର, ଟ୍ରେଲରକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

OTV is now on Whatsapp

Join and get latest news update delivered to you via whatsapp

Join Now