Advertisment

ମନ୍ଦିରରେ ଉତ୍ସବ ପାଳନ ବେଳେ ଭୟଙ୍କର ବିସ୍ଫୋରଣ; ୧୫୦ରୁ ଅଧିକ ଆହତ

କେରଳର ଏହି ମନ୍ଦିରରେ ଦୀପାବଳି ପୂର୍ବରୁ ମନ୍ଦିରରେ ପୂଜାର ଆୟୋଜନ କରାଯାଇଥିଲା। ବିଳମ୍ୱିତ ରାତି ପ୍ରାୟ ସାଢେ ୧୨ଟାରେ ଭାରାକାଭୁ ମନ୍ଦିର ନିକଟରେ ଥିବା ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ନିଆଁ ବ୍ୟାପିଯିବା ସହ ବଡ଼ ଧରଣର ବିସ୍ଫୋରଣ ଘଚିଛି।

author-image
Sonali Ojha
ଅଦ୍ୟତନ ହୋଇଛି
ireworks accident

ireworks accident

ପାଖେଇ ଆସୁଛି ଦୀପାବଳି । ଏହାପୂର୍ବରୁ ବାଣ ବିସ୍ଫୋରଣ ଖବର ମଧ୍ୟ ସାମନାକୁ ଆସୁଛି। ବିଳମ୍ୱିତ ରାତିରେ କେରଳରେ ବଡ଼ ଧରଣର ଅଘଟଣ ଘଟିଛି। ଅଞ୍ଜୁତମ୍ବାଲମ୍ ଭାରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ଉତ୍ସବ ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟି ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Advertisment

କେରଳର ଏହି ମନ୍ଦିରରେ ଦୀପାବଳି ପୂର୍ବରୁ ମନ୍ଦିରରେ ପୂଜାର ଆୟୋଜନ କରାଯାଇଥିଲା। ବିଳମ୍ୱିତ ରାତି ପ୍ରାୟ ସାଢେ ୧୨ଟାରେ ଭାରାକାଭୁ ମନ୍ଦିର ନିକଟରେ ଥିବା ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ନିଆଁ ବ୍ୟାପିଯିବା ସହ ବଡ଼ ଧରଣର ବିସ୍ଫୋରଣ ଘଚିଛି। ଏଥିରେ ମହିଳା ଏବଂ ଶିଶୁଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, କେରଳର କାସାରାଗୋଡ ଜିଲ୍ଲାର ନୀଲେଶ୍ୱରରେ ମୋଲାମୁକୁଜୀ ଚାମୁଣ୍ଡି ଥିୟମ ମହୋତ୍ସବରେ ଆତସବାଜି ପ୍ରଦର୍ଶନ ସମୟରେ ଏହି ଘଟଣା ଘଟିଛି। ବାଣ ଫୁଟାଇବା ବେଳେ ନିଆଁ ବାଣ ଗୋଦାମରେ ପଡିଥିଲା। ଯାହାପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଆହତମାନଙ୍କୁ କାସାରାଗୋଡ, କନ୍ନୁର ଏବଂ ମଙ୍ଗଲୁରୁର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କାନହଙ୍ଗର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୮ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ୩୩ ଜଣ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୧୯ଜଣଙ୍କୁ କାନହାଙ୍ଗର ଆଇଶାଲ ହସ୍ପିଟାଲ ଓ ୧୨ ଜଣ ଆରିମାଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଏହି ଦୁର୍ଘଟଣା ଘଟିବା ପରେ ଜିଲ୍ଲାପାଳ, ପୋଲିସ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Fire Crackers
Advertisment
Advertisment