ଦ୍ରୁତଗାମୀ ମାଲ୍ବାହୀ ଟ୍ରେନ୍ର ୮ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍ ଘର ଉପରକୁ ମାଡ଼ି ଯାଇଥିଲା।
କାର୍ ଦୁର୍ଘଟଣାରେ ୨୫ ବର୍ଷୀୟ ସୋସିଆଲ୍ ମିଡିଆ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଥିବା ରୋହିତଙ୍କ କାର୍ ବୁଲାଣି ନିକଟରେ ଗାଡ଼ି ବୁଲାଇ ନପାରିବାରୁ ଗଛରେ ଯାଇ ପିଟି ହୋଇଥିଲା।
ଟ୍ରେନ ଦୁର୍ଘଟଣା ପରେ ୧୯ ଟ୍ରେନ୍ ବାତିଲ। ଦେଖନ୍ତୁ ଏଇ ଲିଷ୍ଟ୍
କୋରେଇ ଷ୍ଟେସନରେ ଥିବା ଯାତ୍ରୀ ବିଶ୍ରାମଗାରରେ ଟ୍ରେନ୍କୁ ଅପେକ୍ଷା କରିଥିଲେ ମାଆ ପାର୍ବତୀ ଓ ଝିଅ କଣ୍ଢେଇ । ପାଖରେ ଥିଲା ଅଢେଇ ମାସର ନାତି । ଟିକେଟ୍ କାଟି ତିନି ଜଣଙ୍କୁ ୱେଟିଂ ହଲରେ ବସାଇ ଚା ପିଇବାକୁ ଯାଇଥିଲେ ବଳରାମ । ଆଉ ୨୦-୨୫ ମିନିଟ୍ ଡିଏମୟୁରେ କଟକ ଯାଇଥାନ୍ତେ ସମସ୍ତେ । ପେଟରେ ଟ୍ୟୁମର ଥିବାରୁ କଣ୍ଢେଇଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଥିଲା । ହେଲେ କିଏ ଜାଣିଥିଲା କୋରେଇ ଷ୍ଟେସନ ହିଁ ପାଲଟିବ କଣ୍ଢେଇଙ୍କ ଶେଷ ଷ୍ଟେସନ
ଅଶୁଭ ସୋମବାର। ଭୟଙ୍କର ଦୁର୍ଘଟଣା, ଛାତିଥରା ଦୃଶ୍ୟ...ଚାହୁଁ ଚାହୁଁ ଚାଲିଗଲା ୩ ଜୀବନ
ଚାହୁଁ ଚାହୁଁ ମୃତ୍ୟୁର ଡାକ ଦେଇ କାଳ ସାଜି ମାଡ଼ି ଆସିଥିଲା ଅମାନିଆ ଟ୍ରେନ୍ର କିଛି ବଗି । ଆଉ ତାରି ଭିତରେ ଚାପି ହୋଇଯାଇଥିଲେ ମାଆ- ଝିଅ ।
କେହି କିଛି ବୁଝିବା ଆଗରୁ ଷ୍ଟେସନ ଭିତରେ ଭୟଙ୍କର ଶବ୍ଦ କରି ମାଡ଼ି ଆସିଥିଲା ଲୌହ ଦାନବ।
ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ ।
ଯାଜପୁର କୋରେଇରେ ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।