Advertisment

କେତେବେଳେ ଓ କେମିତି ଦୁର୍ଘଟଣାର ଶିକାର ହେଲା ଋଷଭ୍‌ ପନ୍ତଙ୍କ କାର୍‌ ? ମର୍ସିଡିଜ୍‌ ଜଳିକି ସମ୍ପୂର୍ଣ୍ଣ ନଷ୍ଟ

ନୂଆଦିଲ୍ଲୀରୁ ଉତ୍ତରାଖଣ୍ଡର ରୁରକି ଅଭିମୁଖେ ଯାଉଥିବା ସମୟରେ ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଆଜି ସକାଳ ୫.୧୫ ରେ ନାରସନ୍ ସୀମାରେ ରେଲିଂ ସହ ମୁହାଁମୁହିଁ ଧକ୍କା ହୋଇଥିଲା

author-image
Prangyan Parimita
ଅଦ୍ୟତନ ହୋଇଛି
Rishabh Pant Car Accident

Rishabh Pant Car Accident

ଭାରତୀୟ କ୍ରିକେଟର ଋଷଭ୍‌ ପନ୍ତ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରିକେଟରଙ୍କ ମର୍ସିଡିଜ୍ କାରଟି ଡିଭାଇଡରକୁ ଧକ୍କା ଦେବା ପରେ ପୋଡ଼ି ପାଉଁଶ ହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଅନୁସାରେ ପନ୍ତଙ୍କ ଗୋଡରେ ଗଭୀର ଆଘାତ ଲାଗିଛି ।

Advertisment

ନୂଆଦିଲ୍ଲୀରୁ ଉତ୍ତରାଖଣ୍ଡର ରୁରକି ଅଭିମୁଖେ ଯାଉଥିବା ସମୟରେ ଋଷଭ ପନ୍ତ (Rishabh Pant ) ଙ୍କ ମର୍ସିଡିଜ୍ କାର( Car Accident) ଆଜି ସକାଳ ୫.୧୫ ରେ ନାରସନ୍ ସୀମାରେ ରେଲିଂ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା । ସୌଭାଗ୍ୟବଶତଃ ସେଠାରେ ଥିବା କିଛି ବ୍ୟକ୍ତି ପନ୍ତଙ୍କୁ କାରର କାଚ ଭାଙ୍ଗି ତାଙ୍କୁ ବାହାର କରିଦେଲେ । ସେତେବେଳେ ସେ କାରରେ ଏକୁଟିଆ ଥିଲେ ।

accidentକେତେ ଭୟଙ୍କର ଥିଲା ଦୁର୍ଘଟଣା, ଚିତ୍ରରୁ ସ୍ପଷ୍ଟ ଅନୁମେୟ . .

ଆଉ ତା’ପରେ ଆହତ କ୍ରିକେଟରଙ୍କୁ ତୁରନ୍ତ ରୁରକିର ସକ୍ଷମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର କହିଛନ୍ତି , କ୍ରିକେଟରଙ୍କ ଶରୀରରେ ଅଧିକ ଆଘାତ ନାହିଁ, କିନ୍ତୁ ଗୋଟିଏ ଗୋଡ ଭାଙ୍ଗିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Advertisment

ନିଜେ କାର୍‌ ଚଳାଉଥିଲେ କ୍ରିକେଟର୍‌

  • ଋଷପ ପନ୍ତ କହିଛନ୍ତି, କାର ଚଳାଇବା ସମୟରେ ତାଙ୍କର ଆଖି ଲାଗିଯାଇଥିଲା । ଆଉ କେଇ ମୁହୂର୍ତ୍ତ ଭିତରେ ହିଁ କାର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟିହୋଇ ଦୁର୍ଘଟଣା ଘଟିଛି ।

ଯୋଗାଯୋଗରେ ଅଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

  • କ୍ରିକେଟରଙ୍କ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହିତ ତାଙ୍କର ଉନ୍ନତ ମାନର ଚିକିତ୍ସା ପାଇଁ ସମସ୍ତ ସମ୍ଭାବ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚିକିତ୍ସା ଖର୍ଚ୍ଚ ବହନ କରିବେ ଉତ୍ତରାଖଣ୍ଡ ସରକାର

  • ଋଷଭ ପନ୍ତଙ୍କ ଆରୋଗ୍ୟ କାମନା କରି ସିଏମ୍ ଧାମି କହିଛନ୍ତି, ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏୟାର ଆମ୍ବୁଲାନ୍ସର ଆବଶ୍ୟକ ହେଲେ, ଏହାର ମଧ୍ୟ ବ୍ୟବସ୍ଥା କରାଯିବ ।

ନିକଟରେ ପନ୍ତ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳିଥିଲେ। କିନ୍ତୁ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ରୁ ସେ ବାଦ ପଡ଼ିଛନ୍ତି। ବାଂଲାଦେଶ ବିପକ୍ଷ ସିରିଜ୍‌ ପରେ ପନ୍ତ ଦୁବାଇ ଯାଇ ଖ୍ରୀଷ୍ଟମାସ ପାଳନ କରିଥିଲେ। ତାଙ୍କ ସହ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିଥିଲା।

Rishabh Pant
Advertisment
Advertisment