Advertisment

‘ମୁଁ ଋଷଭ୍‌ ପନ୍ତ, ମୋତେ ଉଦ୍ଧାର କର...’

ଭୟଙ୍କର କାର୍‌ ଦୁର୍ଘଟଣାର ଶିକାର ହୋଇ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର୍‌ ଋଷଭ୍ ପନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସୌଭାଗ୍ୟବଶତଃ, ଏକ ବଡ଼ ଧରଣର ଅଘଟଣରୁ ସେ ଅଳ୍ପକେ ଭର୍ତ୍ତି ଯାଇଛନ୍ତି। ହେଲେ ଦୁର୍ଘଟଣାରେ ଋଷଭ୍‌ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପନ୍ତଙ୍କୁ ହଠାତ୍ କେହି ଚିହ୍ନି ପାରିନଥିଲେ..।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cricketer Rishabh Pant Car Accident

Know What Cricketer Rishabh Pant Said During Rescue After Horrific Car Crash

ଭୟଙ୍କର କାର୍‌ ଦୁର୍ଘଟଣାର ଶିକାର ହୋଇ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର୍‌ ଋଷଭ୍ ପନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସୌଭାଗ୍ୟବଶତଃ, ଏକ ବଡ଼ ଧରଣର ଅଘଟଣରୁ ସେ ଅଳ୍ପକେ ଭର୍ତ୍ତି ଯାଇଛନ୍ତି। ହେଲେ ଦୁର୍ଘଟଣାରେ ଋଷଭ୍‌ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ମର୍ସିଡିଜ୍‌ କାର୍‌ରେ ପନ୍ତ  ଦିଲ୍ଲୀରୁ ଉତ୍ତରାଖଣ୍ଡ ଫେରୁଥିବା ବେଳେ ଉତ୍ତରାଖଣ୍ଡର ରୁର୍କୀ ନିକଟରେ ଆଜି ଭୋର ପ୍ରାୟ ସାଢ଼େ ୫ଟାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଗାଡ଼ି ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। 

Advertisment

ବସ୍‌ ଡ୍ରାଇଭର ସୁଶୀଲ, ଯିଏକି ପ୍ରଥମ ବ୍ୟକ୍ତି ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାସ୍ଥଳକୁ ଯାଇ ସେ କାର୍‌ର କାଚ ଭାଙ୍ଗି ଋଷଭ୍ ପନ୍ତଙ୍କୁ ଉଦ୍ଧାର କରିଥିଲେ। ସୁଶୀଲ କହିଛନ୍ତି ଯେ, ଦୁର୍ଘଟଣା ପରେ ଋଷଭ୍ ପନ୍ତ ଗୁରୁତର ଆହତ ହୋଇଥିଲେ। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଏପରିକି ତାଙ୍କୁ ଚିହ୍ନି ମଧ୍ୟ ହେଉନଥିଲା। ଯେତେବେଳେ ସେ(ଋଷଭ୍ ପନ୍ତ) କହିଥିଲେ ଯେ, ମୁଁ ଋଷଭ୍ ପନ୍ତ ମୋତେ ଉଦ୍ଧାର କର, ତା’ପରେ ମୁଁ ତାଙ୍କୁ ଜାଣିପାରିଥିଲି। 

ଅଧିକ ପଢ଼ନ୍ତୁ: କେତେବେଳେ ଓ କେମିତି ଦୁର୍ଘଟଣାର ଶିକାର ହେଲା ଋଷଭ୍‌ ପନ୍ତଙ୍କ କାର୍‌ ? ମର୍ସିଡିଜ୍‌ ଜଳିକି ସମ୍ପୂର୍ଣ୍ଣ ନଷ୍ଟ

Advertisment

ସୁଶୀଲ ହରିଦ୍ୱାର ଆଡ଼ୁ ଆସୁଥିଲେ ଓ ପନ୍ତ ଦିଲ୍ଲୀରୁ ଫେରୁଥିଲେ। ଏହି ସମୟରେ ସୁଶୀଲ ଦେଖିଥିଲେ ଯେ, ଋଷଭ୍‌ଙ୍କ କାର୍‌ ହଠାତ୍‌ ଡିଭାଇଡରରେ ପିଟି ହୋଇଯାଇଥିଲା। ଏହାପରେ ଗାଡ଼ି ଜଳି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ ଧକ୍କାରେ ବାରିକେଡ୍‌ ଭାଙ୍ଗିବା ସହ ୨୦୦ ମିଟର ଯାଏ ଘୋଷାଡ଼ି ହୋଇ ଯାଇଥିଲା।

ସେହିପରି ଋଷଭ୍‌ଙ୍କ୍ କାର୍‌ ଦୁର୍ଘଟଣାର ଅନେକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଏବେ ଦୁର୍ଘଟଣା ପରର ଏକ ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ପନ୍ତଙ୍କ ମୁହଁରେ ରକ୍ତ ଲାଗି ଥିବାବେଳେ ସେ ଏକ କମ୍ବଳ ଘୋଡ଼େଇ ହୋଇକି ଛିଡ଼ା ହୋଇଛନ୍ତି। କିଛି ଲୋକ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି। 

‘ଋଷଭ୍ ପନ୍ତଙ୍କ ଦୁର୍ଘଟଣା ଖବର ଜାଣିବା ପରେ ଆମେ ସମସ୍ତେ ଚିନ୍ତିତ ଥିଲୁ। ହେଲେ ଭଗବାନଙ୍କୁ କୋଟି କୋଟି ପ୍ରଣାମ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ’ ବୋଲି DDCA ସେକ୍ରେଟାରୀ କହିଛନ୍ତି। କ୍ରିକେଟରଙ୍କ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହିତ ତାଙ୍କର ଉନ୍ନତ ମାନର ଚିକିତ୍ସା ପାଇଁ ସମସ୍ତ ସମ୍ଭାବ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Road Accident Accident Rishabh Pant
Advertisment
Advertisment