/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671789839.jpg)
ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ସେନା ଯବାନ ସହିଦ୍ ହୋଇଛନ୍ତି । ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ି ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୬ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
#ଦୁଃଖଦ_ଖବର
ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୬ ସେନା ଯବାନ ମୃତ; ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ିଲା#India#OTVpic.twitter.com/kF0699ipWz— ଓଟିଭି (@otvkhabar) December 23, 2022
ଉତ୍ତର ସିକିମର ଲାଚେନ୍ ଠାରୁ୧୫ କିଲୋମିଟର ଦୂରରେ ଥିବା ଜେମା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳେ ଯବାନଙ୍କୁ ନେଇ ଚଟନରୁ ଥଙ୍ଗୁ ଅଭିମୁଖେ ବାହାରିଥିଲା ୩ ଗାଡ଼ି । ହେଲେ ଜେମା ରାସ୍ତା ନିକଟରେ ଜଣେ ଗାଡ଼ି ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ, ଫଳରେ ୧୦୦ ଫୁଟ୍ ତଳ ଏକ ଗଭୀର ଖାତକୁ ଖସି ପଡ଼ିଥିଲା ଗାଡ଼ି ।
ଏଥିରେ ୧୬ ଜଣ ଯବାନ ସହିଦ ହୋଇ ଯାଇଛନ୍ତି । ସହିଦଙ୍କ ମଧ୍ୟରେ ୩ ଜୁନିଅର କମିସନ୍ଡ ଅଫିସର ଓ ୧୩ ଜଣ ସୈନିକ ଅଛନ୍ତି । ଗୁରୁତରଙ୍କୁ ଏୟାରଲିଫ୍ଟ ଯୋଗେ ବେଙ୍ଗଲ ଆର୍ମି ହସ୍ପିଟାଲ ନିଆଯାଇଛି । ଏବେ ଖବର ପାଇବା ପରେ ସ୍ଥାନୀୟ ପୋଲିସ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ଏନେଇ ଭାରତୀୟ ସେନା ପକ୍ଷରୁ ଦୁର୍ଘଟଣା ସମ୍ପର୍କରେ ଏକ ବିବୃତ୍ତି ଜାରି ହୋଇଛି । ଏପରି ଦୁଃଖ ସମୟରେ ଶୋକସନ୍ତପ୍ତ ପରିବାର ସହ ଛିଡା ହୋଇଥିବା କୁହାଯାଇଛି । ସହିଦ୍ ଯବାନଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ।
ତେବେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଉତ୍ତର ସିକ୍କିମରେ ଏକ ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ୧୬ ଜଣ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ସେବା ଏବଂ ପ୍ରତିବଦ୍ଧତା ପାଇଁ ଦେଶ ତାଙ୍କ ନିକଟରେ ଗଭୀର କୃତଜ୍ଞ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା । ସେହିପରି ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ରାଜନାଥ ସିଂ ।
Deeply pained by the loss of lives of the Indian Army personnel due to a road accident in North Sikkim.
The nation is deeply grateful for their service and commitment. My condolences to the bereaved families. Praying for the speedy recovery of those who are injured.
— Rajnath Singh (@rajnathsingh) December 23, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)