Advertisment

କାହିଁକି ନିଜେ କାର୍‌ ଚଲାଉଥିଲେ ଋଷଭ୍‌ ପନ୍ତ ? ଆମ୍ବୁଲାନ୍ସ ଭିତରେ କହିଲେ ଅସଲ କାରଣ...

କାହିଁକି ନିଜେ ଡ୍ରାଇଭ କରୁଥିଲେ ପନ୍ତ ? କେମିତି ହେଲା ଦୁର୍ଘଟଣା ? ଏହାର କାରଣ ଏବେ ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରୁ ଯେଉଁ ଆମ୍ବୁଲାନ୍ସରେ ପନ୍ତଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା, ସେହି ଆମ୍ବୁଲାନ୍ସର ଫାର୍ମାସିଷ୍ଟ ମୋନୁ କୁମାର ଘଟଣା ସମ୍ପର୍କରେ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Why Cricketer Rishabh Pant Self Drive Car

Why Cricketer Rishabh Pant Self Drive Car

ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ଭାରତୀୟ କ୍ରିକେଟର ଋଷଭ୍‌ ପନ୍ତ ହୋସ୍‌ରେ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। MRI ରିପୋର୍ଟରୁ ଜଣାପଡ଼ିଛି ଯେ, ତାଙ୍କ ମସ୍ତିଷ୍କ ଓ Spinal Cord ମଧ୍ୟ ସୁରକ୍ଷିତ ଅଛି। ଡେରାଡୁନ୍‌ର ମାକ୍ସ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଆଣ୍ଠୁ ଓ ଗୋଇଠି ଫୁଲିଥିବାରୁ ଆଜି ପନ୍ତଙ୍କ MRI ସ୍କାନ୍ କରାଯିବ ବୋଲି ଜଣାପଡ଼ିଛି। ତାଙ୍କର ଲିଗାମେଣ୍ଟ ଇଞ୍ଜୁରି ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ଏବେ  ତାଙ୍କୁ ଅବଜର୍ଭେସନରେ ରଖାଯାଇଛି। 

Advertisment

କାହିଁକି ନିଜେ ଡ୍ରାଇଭ କରୁଥିଲେ ପନ୍ତ ? କେମିତି ହେଲା ଦୁର୍ଘଟଣା ? ଏହାର କାରଣ ଏବେ ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରୁ ଯେଉଁ ଆମ୍ବୁଲାନ୍ସରେ ପନ୍ତଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା, ସେହି ଆମ୍ବୁଲାନ୍ସର ଫାର୍ମାସିଷ୍ଟ ମୋନୁ କୁମାର ଘଟଣା ସମ୍ପର୍କରେ କହିଛନ୍ତି। ଜାତୀୟ ଗଣମାଧ୍ୟମ Aaj Takରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଫାର୍ମାସିଷ୍ଟ ମୋନୁ ଘଟଣାକୁ ନେଇ କହିଛନ୍ତି ଯେ, ସୂଚନା ମିଳିବା ପରେ ଶୁକ୍ରବାର ଭୋର ପ୍ରାୟ ୫ଟା ୪୦ ମିନିଟ୍‌ରେ ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ତେବେ ଏହା ପୂର୍ବରୁ ଜଳି ଯାଇଥିବା କାର୍‌ ଭିତରୁ ଜଣେ ବସ୍‌ ଡ୍ରାଇଭର ପନ୍ତଙ୍କୁ ବାହାର କରି ସାରିଥିଲେ। ଏହାପରେ ତୁରନ୍ତ ଷ୍ଟ୍ରେଚରରେ ଋଷଭ୍‌ଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ତାଙ୍କ ଆଖିରେ ଆଘାତ ଲାଗି ଥିବାବେଳେ ନାକରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ଏପରିକି ଋଷଭଙ୍କ ପିଠି ପୁରା ଛେଲି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଋଷଭ୍‌ ପନ୍ତଙ୍କୁ ଆଦୌ ଚିହ୍ନି ହେଉନଥିଲା। ତାଙ୍କୁ ନାଁ ପଚାରିବା ପରେ ସେ ଭାରତୀୟ  କ୍ରିକେଟର ଋଷଭ୍‌ ପନ୍ତ ବୋଲି କହିଥିଲେ ଓ ଏହାପରେ ତାଙ୍କୁ ଚିହ୍ନି ପାରିଥିଲୁ।

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଋଷଭ୍‌...

ଆମ୍ବୁଲାନ୍ସରେ ହସ୍ପିଟାଲ୍‌ ନେବାବେଳେ ଋଷଭ୍‌ ଫାର୍ମାସିଷ୍ଟଙ୍କୁ କହିଥିଲେ, ‘ଭାଇ, ମୋତେ ବହୁତ କଷ୍ଟ ହେଉଛି। କିଛି ଇଞ୍ଜେକ୍ସନ ଦିଅନ୍ତୁ।’ ଏହାପରେ ମୋନୁ ଋଷଭ୍‌ଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ଋଷଭ୍‌ କହିଥିଲେ, ମୋତେ ଭଲ ପ୍ରାଇଭେଟ୍‌ ହସ୍ପିଟାଲ୍‌କୁ ନେଇ ଯାଆନ୍ତୁ। ଏହାପରେ ତାଙ୍କୁ ରୁର୍କୀର ସକ୍ଷମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

କାହିଁକି ନିଜେ କାର୍‌ ଚଲାଉଥିଲେ ପନ୍ତ ?

ହସ୍ପିଟାଲ୍‌ ଯିବା ବାଟରେ ଯେତେବେଳେ ଆମ୍ବୁଲାନ୍ସ ଭିତରେ ଋଷଭ୍‌ଙ୍କୁ ପଚରା ଯାଇଥିଲା, ଦୁର୍ଘଟଣା କେମିତି ହେଲା ? ଏହାର ଉତ୍ତରରେ ସେ କହିଥିଲେ, ତାଙ୍କର କିଛି ମନେ ନାହିଁ। ଆଖି ଲାଖିଗଲା ଓ ଏହାପରେ କାର୍‌ ଜଳୁଥିବା ଦେଖିବାକୁ ପାଇଲି ବୋଲି ପନ୍ତ କହିଛନ୍ତି। କାହିଁକି ନିଜେ କାର୍‌ ଚଲାଉଥିଲେ ବୋଲି ପଚରାଯିବାରୁ ପନ୍ତ କହିଥିଲେ, ଏକାକୀ ନିଜେ ଗାଡ଼ି ଡ୍ରାଇଭ କରିବା ପାଇଁ କେବେବି ସୁଯୋଗ ମିଳିନାହିଁ। ସମୟ ମଧ୍ୟ ମିଳୁ ନାହିଁ। ଆଜି ସୁଯୋଗ ମିଳିଥିଲା, ତେଣୁ ନିଜେ ଦିଲ୍ଲୀରୁ ଡ୍ରାଇଭ କରି ରୁର୍କୀ ସ୍ଥିତ ଘର ଅଭିମୁଖେ ବାହାରି ଥିଲି ବୋଲି ପନ୍ତ କହିଛନ୍ତି। 

ମା’ଙ୍କ ଫୋନ୍‌ ନମ୍ବର ବ୍ୟତୀତ କାହା ନମ୍ବର ବି ମନେ ନଥିଲା...

ପରିବାର କିମ୍ବା କୌଣସି ଘନିଷ୍ଠ ବନ୍ଧୁଙ୍କୁ ଫୋନ୍‌ କରି ଜଣାଇବାକୁ ଚାହୁଁଛନ୍ତି କି ? ଏହାର ଜବାବରେ ପନ୍ତ କହିଥିଲେ, ମା’ଙ୍କ ବ୍ୟତୀତ କାହାର ବି ଫୋନ୍‌ ନମ୍ବର ତାଙ୍କର ମନେ ନାହିଁ। ହେଲେ ପନ୍ତ ଯେଉଁ ଫୋନ୍‌ ନମ୍ବର କହିଥିଲେ ତାହା ସ୍ୱିଚ୍‌ ଅଫ୍‌ ଆସିଥିଲା। ପରେ ପୋଲିସ୍‌ ପହଞ୍ଚିବା ପରେ ପନ୍ତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ଗତକାଲି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଦିଲ୍ଲୀ-ହରିଦ୍ୱାର ରାସ୍ତାରେ ଋଷଭ୍‌ଙ୍କ ମର୍ସିଡିଜ୍ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉତ୍ତରାଖଣ୍ଡର ରୁର୍କୀ ନିକଟରେ ରାସ୍ତାର ବାମପଟ ଡିଭାଇଡର୍ ରେଲିଂରେ କାର୍ ପିଟି ହୋଇ, ସେଥିରେ ନିଆଁ ଲାଗି ଯାଇଥିଲା। ନିଜେ ଗାଡ଼ି ଡ୍ରାଇଭିଂ କରି ଯାଉଥିଲେ ୨୫ ବର୍ଷୀୟ ଷ୍ଟାର କ୍ରିକେଟର ପନ୍ତ। ସୂଚନା ଅନୁସାରେ, ନିଜ ମା’ଙ୍କୁ ସରପ୍ରାଇଜ୍ ଦେବାକୁ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲେ ୟଙ୍ଗ କ୍ରିକେଟର ଋଷଭ୍‌ ପନ୍ତ। ସାମାନ୍ୟ କୁହୁଡ଼ି ସାଙ୍ଗକୁ ଆଖି ଲାଗିଯାଇଥିବାରୁ ଗାଡ଼ିଟି ପ୍ରଥମେ ଡିଭାଇଡର ଆଡକୁ ପଳାଇଥିଲା ଓ ଲୁହା ରେଲିଂରେ ପିଟି ହୋଇ କାର୍‌ରେ ନିଆଁ ଲାଗି ଯାଇଥିଲା।

Rishabh Pant
Advertisment
Advertisment