Advertisment

ଓଟିଭି ପରିବାର ସଦସ୍ୟ ରବି ନାରାୟଣ ଦାଶଙ୍କ ଦୁଃଖଦ ମୃତ୍ୟୁ

ରବି ନାରାୟଣଙ୍କ ବିୟୋଗରେ ଆଜି ଓଟିଭି ଅଫିସ୍ ପରିସରରେ ଏକ ଶୋକସଭାର ଆୟୋଜନ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Rabi Narayan Dash

rabi narayan dash

ଓଟିଭି ପରିବାରର ସଦସ୍ୟ ରବିନାରାୟଣ ଦାଶଙ୍କ ଦୁଃଖଦ ମୃତ୍ୟୁ। ଗତକାଲି ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟ ରେଳଧାରଣା ନିକଟରେ ତାଙ୍କର ମୃତଦେହ ଠାବ ହୋଇଥିଲା। କାଲି ସଂଧ୍ୟାରେ ଅଫିସ୍‌ରୁ ଡ୍ୟୁଟି ସରିବା ପରେ ସେ ଘରକୁ ଫେରିନଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ପଟିଆ ଷ୍ଟେସନ ନିକଟରୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା।

Advertisment

ଭୁବନେଶ୍ୱର ଜିଆର୍‌ପି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ରବି ନାରାୟଣ ଆତ୍ମହତ୍ୟା କରିଛନ୍ତି କି ମୃତ୍ୟୁର କାରଣ ଅନ୍ୟ କଣ ସେ ନେଇ ଜିଆରପି ପକ୍ଷରୁ ତଦନ୍ତ କରାଯାଉଛି। ଦୀର୍ଘ ୧୪ ବର୍ଷ ଧରି ଓଟିଭିର ପ୍ରଡକ୍ସନ ବିଭାଗରେ ରବିନାରାୟଣ କାର୍ଯ୍ୟ କରି ଆସୁଥିଲେ। ଆଜି ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଛି।

ରବି ନାରାୟଣଙ୍କ ବିୟୋଗରେ ଆଜି ଓଟିଭି ଅଫିସ୍ ପରିସରରେ ଏକ ଶୋକସଭାର ଆୟୋଜନ ହୋଇଥିଲା। ଏଥିରେ ଓଟିଭି ନେଟ୍ଓ୍ୱର୍କର କର୍ମଚାରୀମାନେ ସାମିଲ ହୋଇ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସହକର୍ମୀମାନେ ତାଙ୍କର ସ୍ମୃତି ଚାରଣ କରିବା ସହି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

Advertisment
Otv Odisha Television Limited
Advertisment
Advertisment