/odishatv-khabar/media/post_attachments/uploadimage/library/16_9/16_9_0/Avatar__2_1671262408.jpg)
Avatar -2
ନିକଟରେ ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ତଥା ବହୁ ଚର୍ଚ୍ଚିତ ହଲିଉଡ୍ ଫିଲ୍ମ ଅବତାର-୨ । ଭିଏଫ୍ଏକ୍ସ ଏବଂ ଗ୍ରାଫିକ୍ସରେ ଭରପୁର ଏହି ଫିଲ୍ମ ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି । ସବୁ ହଲ୍ରେ ହାଉସ୍ ଫୁଲ୍ । ହେଲେ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ଦେଖାଦେଇଛି ଅଘଟଣ । ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍ ତାଙ୍କର ହୃଦ୍ଘାତ ହୋଇଥିଲା । ଆଉ ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ମୃତବ୍ୟକ୍ତିଙ୍କ ନାଁ ଲକ୍ଷ୍ମିରେଡ୍ଡି ଶ୍ରିନୁ ବୋଲି ଜଣାପଡ଼ିଛି । ସେ ତାଙ୍କ ଭାଇ ରାଜୁ ସହ ଅବତାର-୨ ଦେଖିବା ପାଇଁ ଯାଇଥିଲେ । ଫିଲ୍ମ ଅଧାରେ ଶ୍ରୀନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଭାଇ ଶ୍ରିନୁଙ୍କୁ ଅଚେତ୍ ଦେଖି ରାଜୁ ତୁରନ୍ତ ପେଡାପୁରମ୍ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରିନୁଙ୍କର ଗୋଟିଏ ପୁଅ ଏବଂ ଝିଅ ।
ତେବେ ପୂର୍ବରୁ ମଧ୍ୟ ଏଭଳି ସମାନ ଘଟଣା ଘଟିଥିବା ନଜିର ରହିଛି । ଅବତାର-୧ ଫିଲ୍ମ ଦେଖିବା ବେଳେ ତାଇୱାନ୍ର ଜଣେ ୪୨ ବର୍ଷିୟ ବ୍ୟକ୍ତିଙ୍କ ପରଲୋକ ହୋଇଥିଲା । ସେ ମଧ୍ୟ ହାର୍ଟ-ଆଟାକ୍ର ଶିକାର ହୋଇଥିଲେ । ଏହି ଘଟଣା ୨୦୧୦ରେ ସାମ୍ନାକୁ ଆସିଥିଲା । ସେତେବେଳେ ଡାକ୍ତର ପରୀକ୍ଷା କରି କହିଥିଲେ ଯେ, ଅଧିକ ଉତ୍ସାହିତ ହେବା ଯୋଗୁଁ ହାର୍ଟ-ଆଟାକ୍ ଆସିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)