Advertisment

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବିକଳରେ ଛାତରୁ ଡେଇଁ ୧୦ ଜଣଙ୍କ ମୃତ୍ୟୁ

ନିଆଁରୁ ବର୍ତ୍ତିବା ପାଇଁ ଲୋକେ ଚିତ୍କାର କରୁଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Massive fire breaks out at hotel in Cambodia

people leap out of windows to escape massive fire

ହୋଟେଲ୍‌ ନିଆଁ ଲାଗିଯିବାରୁ ଛାତରୁ ଡେଇଁ ୧୦ ଜଣଙ୍କ ମୃତ୍ୟୁ। ଏହାସହ ଅଗ୍ନିକାଣ୍ଡରେ ୩୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଥାଇଲାଣ୍ଡ ସୀମା କାମ୍ବୋଡିଆନ୍ ହୋଟେଲରେ।

Advertisment

ସ୍ଥାନୀୟ ପୋଲିସର କହିବାନୁସାରେ ବୁଧବାର ରାତି ୧୧.୩୦ରେ ପପେଟ୍‌ ସହରର ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲରେ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସାରା ବିଲ୍ଡିଂ ହୁତୁହୁତୁ ହୋଇ ଜଳିଥିଲା। ନିଆଁରୁ ବର୍ତ୍ତିବା ପାଇଁ ଲୋକେ ଚିତ୍କାର କରୁଥିଲେ। ପରେ ଛାତରୁ ଅନେକ ଲୋକ ତଳକୁ ଡେଇଁ ପଡ଼ିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ ସେଠାକାର ରୁଆମକାୟୁନୁର ଜଣେ ସ୍ୱେଚ୍ଛାସେବୀଙ୍କ କହିବାନୁସାରେ ଗ୍ରାଉଣ୍ଡ ଫ୍ଲୋର୍‌ରେ ନିଆଁ ପ୍ରଥମେ ଲାଗିଥିଲା କିନ୍ତୁ ପାହାଚରେ କାର୍ପେଟ୍‌ ପଡ଼ିଥିବା ଯୋଗୁଁ ସହଜରେ ଉପର ଫ୍ଲୋରକୁ ନିଆଁ ବ୍ୟାପିଥିଲା। ସ୍ଥାନୀୟ ପ୍ରଶାସନ କହିଛନ୍ତି- ଖବର ଜାଣିବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା। ସବୁ ଆହତଙ୍କୁ ଥାଇଲାଣ୍ଡ ସାକିଓ ପ୍ରୋଭିନ୍ସରେ ଭର୍ତ୍ତି କରାଯାଇଛି। 

Massive Fire Accident
Advertisment
Advertisment