/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671868156.jpg)
8 Devotees Killed
ଦିଅ ଦର୍ଶନ ସାରି ଫେରିବା ସମୟରେ ବଡ଼ ଦୁର୍ଘଟଣା । ତାମିଲନାଡୁର ଥେନି ଜିଲ୍ଲାର କୁମଲି ପାହାଡି ଅଞ୍ଚଳରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଏକ କାର ୪୦ ଫୁଟ ଗଭୀର ଖାତକୁ ଖସିପଡ଼ିଛି । ଫଳରେ ଆଠ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନଅ ବର୍ଷର ପିଲା ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଅନ୍ଦିପଟି ନିକଟସ୍ଥ ସମୁଗୁସୁନ୍ଦରପୁରମ୍ ଗାଁର ୧୦ ଜଣ ଆୟାପ୍ପା ଭକ୍ତ ଦର୍ଶନ ସାରି ଘରକୁ ଫେରିବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ଥେନି କଲେକ୍ଟର କେ.ଭି ମୁରଲୀଧରନ୍ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ଅନୁସାରେ, କୁମୁଲି ପାହାଡ ନିକଟରେ ଏହି ଦୁର୍ଘଟଣା ଘଟିଛି । କାର୍ଟି ଏକ ଗଭୀର ଖାତରେ ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଜଣେ ଡାକ୍ତରଖାନା ନିଆଯିବା ରାସ୍ତାରେ ପ୍ରାଣ ହରାଇଛନ୍ତି । ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
8 killed in Tamil Nadu as devotees' car falls in 40-feet-deep pit
Read @ANI Story | https://t.co/csLcbn7EzV#TamilNadu#Accident#Devotees#Thenipic.twitter.com/RW7WqJuDmr
— ANI Digital (@ani_digital) December 24, 2022
ପ୍ରଶାସନ ଅନୁସାରେ, ପାହାଡି ରାସ୍ତାରେ ଥିବା ଏକ ଗଡ଼ାଣିରେ ଡ୍ରାଇଭର ଜଣକ ଗାଡି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ଏହି ବଡ ଦୁର୍ଘଟଣା ଘଟିଥିଲା ​​। ସମସ୍ତ ମୃତକ ସମୁଗୁସୁନ୍ଦରପୁରମ୍ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଜଣେ ନାବାଳକର ମଧ୍ୟ ମୃତ୍ୟୁ ଘଟିଛି । ସମସ୍ତ ଶ୍ରଦ୍ଧାଳୁ ସାବରିମାଳ ଦର୍ଶନ କରି ଘରକୁ ଫେରୁଥିଲେ । ଦୁର୍ଘଟଣାରେ ଗୋଟିଏ ଗାଁର ଏତେ ଲୋକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)