odisha Assembly Deputy Speaker car ac
୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଉପ ବାଚସ୍ପତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଉପବାଚସ୍ପତି ରଜନୀକାନ୍ତ ସିଂ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅନୁଗୋଳରୁ ବଳଙ୍ଗ ଅଭିମୁଖେ ଯାଉଥିବା ବେଳେ, ଏକ ଟ୍ରକ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣାରେ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସୌଭାଗ୍ୟବଶତଃ ଗାଡ଼ି ଚାଳକ ଓ ଉପବାଚସ୍ପତି ସୁରକ୍ଷିତ ଅଛନ୍ତି। ଅନ୍ୟ ଏକ ଗାଡ଼ିରେ ରଜନକାନ୍ତ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହ଼ଞ୍ଚି ତଦନ୍ତ ଆରମ୍ଭ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)