Advertisment

ଚେକିଂ ବେଳେ ଅଟକାଇବାରୁ ହୋମ୍‌ଗାର୍ଡଙ୍କ ଉପରେ ଗାଡ଼ି ଚଢ଼ାଇ ପଳାଇଲେ

ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଲେ ଭ୍ୟାନ୍‌। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Home Guard Killed By Speeding Van

Home guard dies after being mowed down by a van during joint checking In Kendrapara

ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଲେ ଭ୍ୟାନ୍‌। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଠାରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ବଳଭଦ୍ରପୁର ଠାରେ RTO ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଚେକିଂ କରୁଥିଲା। ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇବା ବେଳେ ଗାଡ଼ିରେ ଥିବା ଡ୍ରାଇଭର ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ  ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଥିଲା। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।

ଅଧିକ ପଢ଼ନ୍ତୁ: ବେଳହୁଁ ହୁଅ ସତର୍କ ! ତରତର ହେଲେ ଯିବ ଜୀବନ

Advertisment

ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବରପାଇ ଡେରାବିଶ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। 

Road Accident Accident
Advertisment
Advertisment