Advertisment

ପ୍ଲାଷ୍ଟିକ୍‌ ସର୍ଜରୀ ପାଇଁ ଏୟାରଲିଫ୍ଟ ହୋଇପାରନ୍ତି ଋଷଭ୍‌ ପନ୍ତ

କ୍ରିକେଟର ଋଷଭ୍‌ ପନ୍ତଙ୍କୁ ଏୟାରଲିଫ୍ଟ କରାଯାଇପାରେ। ଅଧିକ ଚିକିତ୍ସା ପାଇଁ ଡେରାଡୁନରୁ ଦିଲ୍ଲୀକୁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Rishabh Pant Likely To Be Airlifted To Delhi

Rishabh Pant Likely To Be Airlifted To Delhi

ଭାରତୀୟ କ୍ରିକେଟର ଋଷଭ୍‌ ପନ୍ତଙ୍କୁ ଏୟାରଲିଫ୍ଟ କରାଯାଇପାରେ। ଅଧିକ ଚିକିତ୍ସା ପାଇଁ ଡେରାଡୁନରୁ ଦିଲ୍ଲୀକୁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି। ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌(DDCA )ର ଏକ ଟିମ୍ ଆଜି ଡେରାଡୁନ ଯାଉଛନ୍ତି। ଏହି ଟିମ୍ ମାକ୍ସ ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। 

Advertisment

DDCA ର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ଯଦି ଦରକାର ପଡ଼େ ଋଷଭ୍‌ଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯିବ। ପ୍ଲାଷ୍ଟିକ ସର୍ଜରୀ ପାଇଁ ଏୟାରଲିଫ୍ଟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।  ତେବେ ଆଶ୍ୱସ୍ତିର କଥା ହେଉଛି ଋଷଭ୍‌ଙ୍କ ମୁଣ୍ଡ କିମ୍ବା ମେରୁଦଣ୍ଡରେ ବଡ଼ ଧରଣର ଆଘାତ ଲାଗି ନାହିଁ।  MRI ସ୍କାନରୁ ଏହା ସ୍ପଷ୍ଟ ହୋଇଛି। କିନ୍ତୁ ଆଣ୍ଠୁ ଓ ଗୋଇଠି ଫୁଲି ରହିଛି। କ’ଣ ହୋଇଛି, ତାହା ଜାଣିବାକୁ ଆଜି ସ୍କାନ କରାଯିବ। ତେବେ ରିଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାର ମାକ୍ସ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏବେ ସେ ଅବଜର୍ଭେସନରେ ଅଛନ୍ତି। 

ଗତକାଲି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଦିଲ୍ଲୀ-ହରିଦ୍ୱାର ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଋଷଭ୍‌ଙ୍କ ମର୍ସିଡିଜ୍ କାର୍। ସେପଟେ ଡେରାଡୁନରେ ଋଷଭ୍‌ଙ୍କ ଭେଟି ତାଙ୍କ ସ୍ଥିତି ବାବଦରେ ପଚାରି ବୁଝିଛନ୍ତି ଅଭିନେତା ଅନୁପମ ଖେର ଓ ଅନୀଲ କପୁର। ହସ୍ପିଟାଲକୁ ଯାଇ ଋଷଭ୍‌ଙ୍କ ସହ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କହିଛନ୍ତି।

Advertisment
Rishabh Pant
Advertisment
Advertisment