• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ ଦୁର୍ଘଟଣା । ଲେଉଟି ପଡ଼ିଲା ସ୍କୁଲ ବସ୍‌ । ଛାତ୍ରଛାତ୍ରୀଙ୍କୁ ଧରି ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଲା ସ୍କୁଲ ବସ୍‌ । ଏଥିରେ ପ୍ରାୟ ୬ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିବା ବେଳେ ଜଣେ ଶିକ୍ଷକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ମଣିପୁର ନୋନି ଜିଲ୍ଲାରେ ଘଟିଛି । ଏକ ବଡ଼ ଟର୍ଣ୍ଣିଂ କାଟିବା ବେଳେ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଓଲ୍ଡ ଚାଚର ରୋଡ୍‌ର ପାହାଡ଼ିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

ପ୍ରଥମେ ଘଟଣାସ୍ଥଳରେ ୫ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଦୁଇ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏହି ଦୁଘଟଣାରେ ଆହୁରି ୨୦ ଜଣ ଗୁରୁତର ଥିବା ଜଣାପଡ଼ିଛି । ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ରାଜ୍ୟ ରାଜଧାନୀଠୁ ମାତ୍ର ୫୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଥମ୍ବାଲନୁର ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀ ବସ୍‌ରେ ନୋନି ଜିଲ୍ଲାର ଖୋଉପୁମ୍‌ ଅଞ୍ଚଳକୁ ଷ୍ଟଡି ଟୁରରେ ଯାଉଥିଲେ । ଦୁଇଟି ବସ୍‌ରେ ସ୍କୁଲର ପିଲାମାନେ ବାହାରିଥିଲେ । ଯେଉଁ ବସ୍‌ରେ କେବଳ ଝିଅମାନେ ବସିଥିଲେ, ସେହି ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।