• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସେଲଫି ହେଲା କାଳ । ମୋବାଇଲରେ ସେଲଫି ନେଉ ନେଉ ପାଣିରେ ଗୋଡ଼ ଖସିଯିବାରୁ ଯୁବକ ନିଖୋଜ । ସୁନ୍ଦରଗଡ଼ ତଳସରା କାନକୁଣ୍ଡ ପିକନିକ୍ ସ୍ପଟରେ ଏଭଳି ଅଘଟଣ ଘଟିଛି ।  ରାଉରକେଲାର ସେକ୍ଟର ୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି ସୁନ୍ଦରଗ଼ଡ଼ ତଳସରା ଥାନା ଘୋଘର ନିକଟ କାନକୁଣ୍ଡକୁ ଆସିଥିଲେ । ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା ।

ପରେ ସୋମେଶଙ୍କ ତିନି ସାଙ୍ଗ ଓ ଉପସ୍ଥିତ ଅନ୍ୟ ପର୍ଯ୍ୟଟକମାନେ ତାଙ୍କୁ ଖୋଜାଖୋଜି କରିଥିଲେ ବି ତାଙ୍କର ପତ୍ତା ମିଳିନଥିଲା । ପରେ ଅଗ୍ନିଶମ ବାହିନୀ ଆସି ସର୍ଚ୍ଚ ଅପରେସନରେ ସାମିଲ ହୋଇଛି । ତେବେ ସଂଧ୍ୟା ସୁଦ୍ଧା ସୋମେଶଙ୍କ କୌଣସି ଖୋଜଖବର ମିଳିପାରି ନାହିଁ । ଆଜିର ଏହି ଦୁର୍ଘଟଣାସ୍ଥଳରେ ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଥିଲା । ସେଲଫି ନେଉଥିବା ବେଳେ ପୂର୍ବରୁ ଏଠାରେ ଦୁଇ ଜଣଙ୍କ ଜୀବନ ଯାଇଥିଲା ।