• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Cyclone
ଟଳୁଛି ବାତ୍ୟା ଭୟ, ହେଲେ ପ୍ରବଳ ବର୍ଷିବ

ସାମୁଦ୍ରିକ ଝଡ଼ ଅସାନୀ ଓଡ଼ିଶାର ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ନଥିଲେ ବି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା ।

Cyclone
ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ !

ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ।

Coastal districts of Odisha are likely to experience rain from tomorrow
କାଲିଠୁ ବାତ୍ୟାର ପ୍ରଭାବ, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Severe cyclonic storm Asani moving northwestwards at a speed of 21 kmph
ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ‘ଅସାନି’, ପୁରୀଠୁ ୭୪୦ କି.ମି. ଦୂରରେ କେନ୍ଦ୍ରୀଭୂତ

ବାତ୍ୟା ‘ଅସାନି’ ଏବେ ପୁରୀ ଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି।

Cyclone Alert
ଭୀଷଣ ବାତ୍ୟାରେ ପରିଣତ ହେଲା ଅସାନୀ

ଏହା ପୁରୀରୁ ୧୦୦ କିଲୋମିଟର ଦୂରରେ ଯିବ।

cyclone
୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ଯାଏଁ ବର୍ଷିବ

ବଙ୍ଗୋପସାଗରରେ ସୃୃଷ୍ଚ ବାତ୍ୟା ଅସାନି ପ୍ରବଳ ବାତ୍ୟାର ରୂପ ନେଇଛି। ହେଲେ ଏହା ଉପକୂଳ ଅତିକ୍ରମ କରୁ ନଥିବାରୁ ବାତ୍ୟା ଭୟ ତ ଟଳିଛି, ହେଲେ ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ୧୨ ତାରିଖ ଯାଏଁ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

SRC Pressmeet
୧୧ ତାରିଖ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। 

Heavy Rainfall Alert
୧୦ ସନ୍ଧ୍ୟାରୁ ବର୍ଷା ! ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିପାରେ

ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏ ବର୍ଷା ହୋଇପାରେ। ୯, ୧୦ ଓ ୧୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ।

Cyclonic storm 'Asani' forms over Bay of Bengal
ସୃଷ୍ଟି ହେଲା ବାତ୍ୟା ‘ଅସାନି’: ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ

ଘଣ୍ଟା ପ୍ରତି ୧୬ କି.ମି. ବେଗରେ ବାତ୍ୟା ‘ଅସାନି’ ଗତି କରୁଛି। ଏବେ ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି।

Rainfall Lkely From May 10 Due To Impact Of Cyclone
ବାତ୍ୟା ପ୍ରଭାବରେ ୧୦ ଓ ୧୧ରେ ବର୍ଷା ସମ୍ଭାବନା, ଆତଙ୍କିତ ଅବସ୍ଥାରେ ଚାଷୀ

ବାତ୍ୟା ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ପରେ ରବି ଫସଲ କରିଥିବା ଉପକୂଳିଆ ଚାଷୀ ଛାନିଆ ହୋଇପଡ଼ିଛନ୍ତି।

Cyclone Alert
ଆସୁଛି ବାତ୍ୟା !

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି ।

Deep Depression
ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

୧୦ ତାରିଖ ସଂଧ୍ୟାରୁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।

Cyclone Alert
ଲ୍ୟାଣ୍ଡଫଲ୍ ନକରି ସମୁଦ୍ର ଭିତରେ ଦିଗ ଭାଙ୍ଗି ଚାଲିଯିବ ସାମୁଦ୍ରିକ ଝଡ଼

ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ କାଲି ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେଲେ ବି ସେଇ ରୂପରେ ଉପକୂଳ ଛୁଇଁବାର ସମ୍ଭାବନା ନାହିଁ। ଏମିତିକି ଏହା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶ କେଉଁଠି ବି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମ୍‌ଡି ଡିଜି। 

Jenamani Cyclone Update
Cyclone Update: ଆସିଲା ଖୁସି ଖବର ! ‘ବାତ୍ୟା, ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ’

ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିମି ପବନ ବହିପାରେ । ୧୦ ଓ ୧୧ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ।

Umashankar Das
Cyclone Update: ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇବ କହିଲା ପାଣିପାଗ ବିଭାଗ

 ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

Cyclone Update
Cyclone Update: ବାତ୍ୟା ମୁକାବିଲା ପାଇଁ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି କହିଲେ ଅଗ୍ନିଶମ ଡିଜି

ସମ୍ଭାବ୍ୟ ବାତ୍ୟା ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Well Marked Low Pressure Area
ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ଅବପାତ !

ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। 

Low pressure over Bay of Bengal likely to turn into depression today
ଆଜି ଅବପାତ, କାଲି ବାତ୍ୟା ! ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଏହା ଅବପାତରେ ପରିଣତ ହୋଇପାରେ।

Cyclone Update
୧୦ରେ ଉପକୂଳ ନିକଟତର ହେବ ବାତ୍ୟା

ଆଣ୍ଡାମାନ ସାଗରରେ ୮ରେ ସୃଷ୍ଟି ହେବ , ୧୦ରେ ଉପକୂଳ ନିକଟତର ହେବ ବାତ୍ୟା: IMD। ଆସନ୍ତାକାଲି ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । କେଉଁଠି କରିବ ଲ୍ୟାଣ୍ଡଫଲ୍ ଏବେ ବି ଅସ୍ପଷ୍ଟ।

Windy Forecast
ଦୁଇ ପାଣିପାଗ ସଂସ୍ଥାର ପୂର୍ବାନୁମାନ: ପାରାଦୀପ ପାଖାପାଖି ଲ୍ୟାଣ୍ଡଫଲ୍ କରିବ ବାତ୍ୟା

୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

Heavy Rainfall
ଆସୁଛି ବାତ୍ୟା: ୪ ଜିଲ୍ଲାରେ ପ୍ରବଳ ବର୍ଷିବ

୧୦ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରୁ ସ୍ଥଳଭାଗକୁ ଫେରି ଆସିବାକୁ ପରାମର୍ଶ।

Cyclone Alert
ଦିଗ ବଦଳାଇବା ପରେ ଦୁର୍ବଳ ହୋଇଯିବ ବାତ୍ୟା !

ବାତ୍ୟା ପ୍ରଭାବରେ ୧୦ ତାରିଖରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।