/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660476005.jpg)
special report
କେନ୍ଦୁଝରରେ ଲଗାଣ ବର୍ଷାରେ ଏକ ଅଟୋ ଉପରେ ପଡ଼ିଲା ଗଛ । ୨ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଟାଉନ ଥାନା ହଳଦିଆ ଟାଙ୍ଗିର ଠାରେ ଏକ ବିଶାଳ ଗଛ ଉପୁଡି ପଡିଛି । ଫଳରେ ରାସ୍ତାରେ ଯାଉଥିବା ଅଟୋ ଉପରେ ଗଛ ପଡିଯିବାରୁ ୨ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ ଆଜି କେନ୍ଦୁଝର ଟାଉନ ଥାନା ନରଣପୁର ରୁଗୁଡି ସାହିର ଦୁର୍ଯ୍ୟୋଧନ ବେହେରା ନିଜ ପୁଅ ଶରତ ବେହେରାଙ୍କ ଅଟୋରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଘରକୁ ଫେରୁଥିଲେ । ହଳଦିଆ ଟାଙ୍ଗିରି ଠାରେ ହଠାତ ଏକ ବିଶାଳ ଗଛ ଅଟୋ ଉପରେ ପଡିଯିବାରୁ ଉଭୟ ବାପ ଓ ପୁଅ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଗ୍ରାମବାସୀ ଗଛକୁ ସାଇଡ ପରେ ବହୁ କଷ୍ଟରେ ଉଭୟଙ୍କୁ ଉଦ୍ଧାର କରିଥିଲେ ।
ଦୁର୍ଯ୍ୟୋଧନ ବେହେରା ଚେତାଶୂନ୍ୟ ଥିବାବେଳେ ଶରତ ବେହେରଙ୍କ ଗୋଡ଼ ଓ ହାତ ଭାଙ୍ଗିଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ, ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟିଥିଲେ । ବର୍ତ୍ତମାନ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସେପଟେ କେନ୍ଦୁଝର ସଦର ବ୍ଲକ୍ ଟିକରଗୁମୁରା ଗାଁ ମୁଣ୍ଡାସାହିରେ ବର୍ଷା ଯୋଗୁଁ ଏକ ଘର ଭୁଶୁଡ଼ି ପଡ଼ିଛି । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି ସେହିପରି ଏକାଧିକ ଘର ଜଳବନ୍ଦୀ ଅବସ୍ଥାରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)